ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ କେଏମ୍‌ଏମ୍‌ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଦୀର୍ଘ ବର୍ଷରୁ ଆନ୍ଦୋଳନ ହୋଇ ଆସୁଛି । ଆଜି ପଶ୍ଚିମ ଓଡ଼ିଶାର କେନ୍ଦ୍ରୀୟ ଓକିଲ ସଂଘ ତରଫରୁ ଧାରଣା ଦିଆଯାଇଥିବା ବେଳେ ସମର୍ଥନ ଜଣାଇବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍‌ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଦାବୀ କରିଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଶ୍ଚିମ ଓଡ଼ିଶାର ଜନ ସାଧାରଣ ସମାନ ଭାବରେ ଟିକସ ଦେଉଥିଲେ ମଧ୍ୟ ସବୁ ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ, କେନ୍ସର ହସ୍ପିଟାଲ, ଏମ୍ସ ହସ୍ପିଟାଲ ଇତ୍ୟାଦି ସମସ୍ତ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା ତଥା ଅବହେଳା କରାଯାଉଛି । ହାଇକୋର୍ଟ ଯିବାକୁ ହେଲେ ପଶ୍ଚିମ ଓଡ଼ିଶାର ଲୋକମାନେ ୪୦୦ କି.ମି.ରୁ ବେଶି ଦୂର କଟକକୁ ଯିବାକୁ ପଡୁଛି ଓ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି । ପଶ୍ଚିମ ଓଡିଶାରେ ସରକାର କି କୌଣସି ନିର୍ବାଚିତ ପ୍ରତିନିଧି କେହି ଗୁରୁତ୍ୱ ଦେଉ ନାହାନ୍ତି । ତେଣୁ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ପଦ୍ମପୁର ଉପଖଣ୍ଡ ତରଫରୁ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କର ଉଦେଶ୍ୟରେ ପଦ୍ମପୁର ଉପଖଣ୍ଡ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦୀପ୍ତିମୟୀ ଭୁଏଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ରୋହିତ ପଧାନ, ଗଜପତି ସାହୁ, ପ୍ରକାଶ ମିଶ୍ର, ତାପସ ସାହୁ, ରାଧେଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 1 =