csstore

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୩୦ଦିନରେ ସମାପ୍ତ ହେଲା ଗଣଧାରଣା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗତ ଅକ୍ଟୋବର ଦୁଇ ତାରିଖରୁ ସଂଗ୍ରାମ ମଂଚ ତରଫରୁ ଚାଲିଥିବା ଗଣଧାରଣା ତିରିଶ ଦିନରେ ସମାପ୍ତ ହୋଇଛି । ଶେଷ ଦିନରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦନା ସହିତ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି । ଶେଷ ଦିନରେ କଂଗ୍ରେସର ଜିଲ୍ଳା ସଭାପତି ଭାରତ ଭୂଷଣ ବେମାଲ,ବରିଷ୍ଠ ବିଜେପି ନେତା ଅନିରୁଦ୍ଧ ପ୍ରଧାନ, ସଂଗ୍ରାମ ମଂଚର ସଭାପତି ପ୍ରକାଶଚନ୍ଦ୍ର ମାଝୀ, ଯୁବନେତା ତଥା କଂଗ୍ରେସ ଜିଲ୍ଲା ସଂପାଦକ ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ପରମାନନ୍ଦ ମାଝୀ, ଲୋଚନ ଧରୁଆ, ପଦ୍ମନ ପାତ୍ର, ରାଜୁମାଝୀ, କୁବେର ବୁଡ଼େକ, ଗଂଗାଧର ପ୍ରହରାଜ, ସତ୍ୟଜିତ ଚାଟାର୍ଜୀ, ଶୁକବେଦ ସାହୁ, ପ୍ରେମସାଗର ନାଏକ, ବିଶ୍ୱଜିତ ଚାଟାର୍ଜି, ବାବୁଲାଲ ସାହୁ, ପ୍ରଭାକର ନାଗ, ଗୌର କୁମାର, ଥବୀର ମାଝୀ, ବିପ୍ର ରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ତହସିଲଦାରଙ୍କ ଅନୁପସ୍ଥିିତିରେ ବରିଷ୍ଠ କିରାଣୀ ସୁରେଶଚନ୍ଦ୍ର ମାଣ୍ଡେସ ଦାବୀପତ୍ର ଗହଣ କରିଥିବା ବେଳେ ଦାବୀ ପୂରଣ ନହେବା ଯାଏଁ ସଂଗ୍ରାମ ବିଭିନ୍ନ ପର୍ଯ୍ୟାୟରେ ଜାରୀ ରହିବ ବୋଲି ସଭାପତି ଶ୍ରୀ ମାଝୀ ଏବଂ ମୁଖ୍ୟ ସହଯୋଗୀ ଶ୍ରୀ ମହାଖୁଡ଼ ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.