csstore

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ୱାଗତ ଜଣାଇବା ସହିତ ତାଙ୍କ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି । ଏହାସହ ସଂଘ ତରଫରୁ ରେଳ ବିକାଶ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ରାଉରକେଲାର ପୁରାତନ ଦାବୀ ଯଥା – ୬୦ଦଶକର ପ୍ରସ୍ତାବିତ ତାଳଚେର- ବିମଳାଗଡ ରେଳପଥ ନିର୍ମାଣ, ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା, ଏକ ବହୁ ପ୍ରତିକ୍ଷୀତ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଏବଂ ପ୍ରସ୍ତାବିତ କୋଏଲ ବ୍ୟାରେଜ କାମ ଶୀଘ୍ର ଶେଷ କରାଯିବାକୁ ଦାବୀପତ୍ରରେ ଅନୁରୋଧ କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ଇଂ ଉତ୍ତମ କୁମାର ସାମଲ ଜଣାଇଛନ୍ତି ।

jayashree
Leave A Reply

Your email address will not be published.