csstore

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ୩ ଦଫା ଦାବୀ ନେଇ ରାସ୍ତାରେ ରାଲି ଓ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ (ନୂତନ ପେନସନଭୁକ୍ତ) ପକ୍ଷରୁ ୩ ଦଫା ଦାବୀ ନେଇ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ ବେହେରାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ବିଭାଗ ଶିକ୍ଷା ସଚିବଙ୍କୁ ପ୍ରଦାନ କରାଇଥିବା ଗଞ୍ଜାମ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ସଭାପତି ଗଜେନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । ୨୦୦୧ର ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଛେଦ କରି ୨୦୦୧ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ସେବା କାର୍ଯ୍ୟ ଗଣନା ଓ ସେମାନଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନସନ ଯୋଜନା ଲାଗୁ ଆଦି ଦାବୀପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ବେଳେ ସଙ୍ଘ ସଭାପତି ଶ୍ରୀ ମାଝୀଙ୍କ ସମେତ ଉପସଭାପତି ଗୀତାଞ୍ଜଳି ସାମନ୍ତ, ସମ୍ପାଦକ ଲକ୍ଷ୍ମଣ ନାହାକ, ସହ ସମ୍ପାଦକ ହୃଷିକେଶ ପଣ୍ଡା, ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ନିରଞ୍ଜନ ମହାପାତ୍ର, ସୁଦର୍ଶନ ତ୍ରିପାଠୀ, ମହେଶ କୁମାର ବେହେରା, ବିପ୍ର ଚରଣ ସାହୁ, ଜୁନିଅର ଶିକ୍ଷକ ସଙ୍ଘ ସଞ୍ଜୟ କୁମାର ତରାଇଙ୍କ ସମେତ ୩୪ ଜଣିଆ ଷ୍ଟିୟାରିଂ କମିଟି ବୃନ୍ଦ ଉପସ୍ଥିତ ଥିଲେ । ସରକାର ତୁରନ୍ତ ଦାବୀ ପୂରଣ କରନ୍ତୁ ନତୁବା ଆଗାମୀ ଦିନରେ ଶିକ୍ଷକ ସଙ୍ଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶିକ୍ଷକ ନେତା ରଘୁନାଥ ସାହୁ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.