csstore

ସଇଁତଲା ଓ ବଡମାଲ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଦାବୀ : ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବିଭିନ୍ନ ସଂଗଠନ ତରଫରୁ ଦାବୀପତ୍ର

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସଇଁତଲା ଓ ବଡ଼ମାଳ ରେଲୱେ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱେର ଜିଏମ୍‌ ଅର୍ଚ୍ଚନା ଯୋଶୀ ଓ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ପ୍ରଦୀପ କୁମାର ସଇଁତଲା ଓ ବଡ଼ମାଳ ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ପ୍ରଥମେ ସଇଁତଲା ବିକାଶ ପରିଷଦ ସଦସ୍ୟମାନେ ଭେଟି ସଇଁତଲା ରେଳଷ୍ଟେସନରେ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ରହଣୀ ପାଇଁ ଦାବୀ କରିଥିଲେ । ଏହାପରେ ସଇଁତଲାର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପହଂଚି ସଇଁତଲା ବ୍ଲକ ଛକଠାରେ ଥିବା ରେଲୱେ କ୍ରସିଂଙ୍ଗ ଫାଟକରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଏହା ସହିତ ବଡମାଲଠାରେ ବିପିଏମ୍‌ଏସ୍‌ର କେନ୍ଦ୍ରୀୟ ସଂପାଦକ ରବୀନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ବିପିଏମ୍‌ଏସ୍‌ ଶ୍ରମିକ ସଂଘ ପ୍ରତିନିଧିମାନେ ଉପରୋକ୍ତ ଦୁଇ ରେଳ ଅଧିକାରୀଙ୍କୁ ଭେଟି ବଡମାଲ ରେଳ ଷ୍ଟେସନରେ ଇସ୍ପାତ, ବୋକାରୋ, ଆଲେପି ଏବଂ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଟ୍ରେନ ରହଣୀ ଦିଗରେ ତ୍ୱରିତ ଆବଶ୍ୟକୀୟ ପଦକ୍ଷେପ ନିଆଯିବାକୁ ଦୁଇ ଅଧିକାରୀଙ୍କୁ ସେମାନେ ଅନୁରୋଧ କରିଥିଲେ । ଶ୍ରମିକ ସଂଘ ସାଧାରଣ ସଂପାଦକ ହରିହର ସିଂ, ସିଇସି ସଦସ୍ୟ ଅରୁଣ ପଟେଲ, ପ୍ରଦୀପ କର, ଅନିଲ ବେହେରା, ବିକାଶ ସାହୁ, କୃଷ୍ଣଚନ୍ଦ୍ର ପଣ୍ତା, ଯୋଗେଶ ମେହେର, ବିଶ୍ୱମ୍ଭର ତ୍ରିପାଠୀ, ଅଶୋକ ନାୟକ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ । ସଇଁତଲା ଓ ବଡମାଲ ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ରହଣୀ ନେଇ ଆବଶ୍ୟକ ପଦକ୍ଷେପ ତୁରନ୍ତ ନିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱ ଜିଏମ୍‌ ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.