oom

ବିପ୍ଲବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିପ୍ଲବର ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି । ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ଅଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ଡଃ ପ୍ରମିଳା ପଣ୍ଡା, ସମାଜସେବୀ ହରିହର ରାଉତରାୟ, ଡାକ୍ତର ଆର.ଏନ.ଦାସ, ଶିକ୍ଷାବିତ୍ ଯତୀନ୍ଦ୍ର ନାୟକ, ଆଇନଜୀବୀ ନାରାୟଣ ପ୍ରସାଦ ଦାସ, ଶୈଳେନ୍ଦ୍ର ମହାନ୍ତି, କିଶୋର ତ୍ରିପାଠୀ, ଚିତ୍ତରଂଜନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଳତୀ ଦେବୀଙ୍କ ଜୀବନୀ ଓ ତାଙ୍କ କର୍ମମୟ ଜୀବନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଲେ ଯେ, ସେବା ଓ ତ୍ୟାଗର ମୂର୍ତ୍ତିବନ୍ତ ପ୍ରତୀକ ଥିଲେ ମଳତୀଦେବୀ । ଶୋଷଣ, ବୈଷମ୍ୟ, ଅନ୍ୟାୟ, ଅତ୍ୟାଚାରର ଶୀକାର ହୋଇଥିବା ଚାଷୀ, ମୂଲିଆ, ଆଦିବାସୀ, ହରିଜନ, ମହିଳା ଓ ଶିଶୁଙ୍କୁ ଦୁଃର୍ଗତିରୁ ରକ୍ଷା କରିବା ପାଇଁ ସେ ସଦା ତତ୍ପର ଥିଲେ । ବିପ୍ଲବର ବହ୍ନିପ୍ରତିମା ଥିଲେ ମାଳତୀ ଦେବୀ । ସମ୍ମାନିତ ଅତିଥି ଗଣ ସ୍ମୃତିଚାରଣ କରି କହିଲେ ଯେ ମାଳତୀ ଦେବୀ ବିପ୍ଲବର ବହ୍ନିପ୍ରତିମା ଅଥଚ ସ୍ନେହ ଓ ସେବାର ଛଳଛଳ ନିର୍ଝରଣୀ ସଦୃଶ୍ୟ । ପ୍ରଜାମଣ୍ଡଳ ଗଢି ଅତ୍ୟାଚାରୀ ଶାସନ ବିରୋଧୀ ଆନ୍ଦୋଳନରେ ସେଥିଲେ ଅଗ୍ରଣୀ ପୁରୋଧା । ଆଜି ସେ ସ୍ମୃତି ହୋଇ ରହିଥିଲେ ହେଁ ତାଙ୍କ ସେବା, ତ୍ୟାଗ ମନୋଭାବ ଚିର ଅମଳିନ ହୋଇ ରହିଛି । ଏହି ଅବସରରେ ଅନୁଷ୍ଠାନର ଗୃହ ନିର୍ମାଣରେ ସହଯୋଗର ହାତ ବଢାଇଥିବା ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରଶାନ୍ତ ଦାସ, ସୁନନ୍ଦା ସାମଲ, ସୁଷମା ପାତ୍ର, ଜୟନ୍ତୀ ଦାସ, ପିତାମ୍ବର ଲେଙ୍କା, ଲକ୍ଷ୍ମୀଧର ନାୟକ, ବାସୁଦେବ ବାନାର୍ଜୀ, ରଘୁନାଥ ପଣ୍ଡା, ହେମନ୍ତ ବେହୁରା, ଲିପି ଘୋଷ୍, ଲିଜା ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଚିତ୍ତରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ମହିଳାମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.