csstore

ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ପରିସର ଓ ବଙ୍ଗଳା ଛକରେ ଥିବା ଅମୃତ ଧାରା, ଡୁମେରପିଟା ପଂଚାୟତର ଡୁମେରପିଟା, ଚିପାକାନୀ, ସତୀଘାଟ, ଗାଈବାହାଲ ପଂଚାୟତର ସାଗରପାଲି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ସରକାରୀ ଜନ କଲ୍ୟାଣ ଯୋଜନା କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ଗିକାଲି ଦେଓଗାଁ ବ୍ଲକ୍ ପରିସରରେ ଧାରଣା ଦେବା ସହ ଦେଓଗାଁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ମୂରଲୀଧର ନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଦାନ କରିଥିବା ଦାବୀପତ୍ରରେ ଦେଓଗାଁ ବ୍ଲକରେ ଅଚଳ ପଡିଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ସଚଳ କରିବା ସହ ଗାଈଗୁହାଳ, ଛେଳି ଗୁହାଳ, ମାଛ ପୋଖରୀ, ଡକ ୱେଲ, ଫାର୍ମ ପଣ୍ଡସ, ଭତା, ବିଜୁ ପକ୍କା ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ କାର୍ଡ, ବୃକ୍ଷ ରୋପଣ ସହ ଅନେକ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.