ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଷ୍ଟମ ବେତନ କମିଶନ ପେନସନ ଭୋଗୀଙ୍କ ପେନସନ ଉପରେ ତାରତମ୍ୟ ରଖୁଥିବାର ଜଣାଯିବାରୁ ଅଖିଳ ଭାରତୀୟ ପେନସନ ଭୋଗୀ ସଂଘ ତରଫରୁ ଦେଶ ସାରା ଦାବିପତ୍ର ଦିଆଯାଉଛି । ଏହି କ୍ରମରେ ଅଖିଳ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଓ ବଲାଙ୍ଗିର ଜିଲ୍ଲା ପେନସନ ଭୋଗୀ ସଂଘ ତଥା ତୁଷୁରା ଶିକ୍ଷକ କର୍ମଚାରୀ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ପାଇଁ ସର୍ବଶ୍ରୀ ପୁରନ୍ଦର ଦାଶ, ସୁଧାଂଶୁ ଶେଖର ବାବୁ, ଛାୟାକାନ୍ତ ସାହୁ, ଶେଷଦେବ ପଟ୍ଟନାୟକ, ରାମଚନ୍ଦ୍ର ପ୍ରଧାନ ଇତ୍ୟାଦି ପେନସନ ଭୋଗୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ।