ବିଭିନ୍ନ ସମସ୍ୟା ନେଇ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଏବଂ ଏବିଇଓଙ୍କ ଜରିଆରେ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ବିରାଟ ଶୋଭାଯାତ୍ରାରେ ପାଚିକା ସଂଘର ମହିଳାମାନେ ବ୍ଳକ କାର୍ୟ୍ୟଳୟ ଆଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍‌ନ୍ତି । ପାଚିକା ସଂଘର ଜିଲ୍ଲା ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ପାଚିକା ମାନଙ୍କୁ ୨୮ମାସର ଦରମା ବକେୟା ପ୍ରାପ୍ୟ, ତାରିଖ ଧାଯ୍ୟ କରି ମାସକୁ ମାସ ଦରମା ଦିଆଯାଉ, ଶାଢ଼ୀ ଓ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ, ପାଚିକା ମାନଙ୍କୁ ଯେଉଁ ସ୍କୁଲ ଉଠେଇ ଦିଆଯାଇଛି ସେମାନଙ୍କୁ ପାଖ ସ୍କୁଲରେ ପୁନଃ ନିଯୁକ୍ତି ଦିଆଯାଉ ବୋଲି ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଓ ଏବିଇଓ ନାରାୟଣ ଭୋଇଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ନିର୍ମାଣ ସଂଘର ସଭାପତି ଗୋପାଳ ଭୋଇ, ବ୍ଳକ ସଭାନେତ୍ରୀ ପଦ୍ମିନୀ ବହିଦାର, ସମ୍ପାଦିକା ସୌଦାମିନୀ କୁମ୍ଭାର, ବ୍ଳକ ସଂଯୋଜିକା ଲଳିତ ରଣା, ଶାନ୍ତି ବରିହା, ସବିତା ମଲ୍ଲିକ, ଲଳିତା ଧରୁଆ, ସାବେତ୍ରୀ ପୋଡ଼, ଡମନି ବାଗ ପ୍ରମୁଖ ସାମିଲ ହୋଇଥିଲେ । ଯଦି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ଆଗାମୀ ଦିନରେ ନକଲେ, ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.