ଅସହାୟ ହେମନ୍ତଙ୍କୁ ସାହାଯ୍ୟର ହାତ ବଢାଇଲା ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ରୋଗରେ ପୀଡିତ ହେମନ୍ତ ସାହୁଙ୍କୁ ସାହାଯ୍ୟର ହାତ ବଢାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ମନହୀରା ଗାଁର ହେମନ୍ତ ସାହୁ ଅଜଣା ରୋଗରେ ପୀଡୀତ ଥିଲେ । ଅର୍ଥ ଅଭାବ ଯୋଗୁଁ ସେ ଚିକିତ୍ସା ପାଇଁ ଯାଇ ପାରୁନଥିଲେ । ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଛଡା ଆଉ କେହି ନ ଥିବା ବେଳେ ବର୍ତ୍ତମାନ ମୁଠେ ଖାଇବାକୁ ବି ପାଇନାହିଁ । ତେବେ ବିଙ୍ଗହ୍ୟୁାମାନ ଫାଉଣ୍ଡେସନ ଲୋଇସିଂହା ଶାଖାର କର୍ମକର୍ତ୍ତାମାନେ ପହଂଚି ତାଙ୍କୁ ବଲାଙ୍ଗିର ଅଣାଯାଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବା ବେଳେ ତାଙ୍କର ସବୁ ଟେଷ୍ଟ କରାଯିବା ପରେ ଜଣାପଡିଛି ଯେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କୁ କଟକ ନେବା ପାଇଁ ବ୍ୟବସ୍ଥା ଚାଲିଚି ବୋଲି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସେମନାତ ମିଶ୍ର କହିଛନ୍ତି ।

Leave A Reply

Your email address will not be published.