ଯୋଗ୍ୟତା ଥାଇ ମଧ୍ୟ ମିଳୁନାହିଁ ମଧୁବାବୁ ପେନସନ

ସୋନପୁର, (ପ୍ରଭୁଦତ୍ତ ରଥ) : ଯୋଗତ୍ୟ ଥାଇ ମଧ୍ୟ ମିଳୁନାହିଁ ମଧୁବାବୁ ପେନସନ ବୋଲି ଅଭିଯୋଗ ଆସିଛି । ସୂଚନା ଅନୁସାରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଲଛିପୁର ଗ୍ରାମ ପଚାଂୟତର ଅସୁରମୁଣ୍ଡା ଗାଁର ତୁଲସୀ ନାଏକ(୬୧) ମଧୁବାବୁ ପେନସନ ଯୋଜନା ପାଇଁ ସେ ବହୁଥର ନିକଟସ୍ଥ ସରପଂଚଙ୍କ ପାଖକୁ ଯିବା ପରେ ସରପଂଚ ତାଙ୍କୁ ଏହି ପେନସନ୍‌ ଯୋଜନା ପାଇଁ ତୁମର ବୟସ ହୋଇ ନାହିଁ କହୁଛନ୍ତି । କିନ୍ତୁ ମଧୁବାବୁ ପେନସନ ପାଇଁ ଜଣେ ବ୍ୟକ୍ତି ୬୦ ବର୍ଷ ବୟସ୍କ ହେଲେ ସେ ଏହି ଯୋଜନାର ହିତାଧିକାରୀ ରହିପାରିବ । ହେଲେ ତୁଳସୀଙ୍କୁ କାଗଜପତ୍ର ଅନୁସାରେ ୬୧ ବର୍ଷ ହେଲାଣି । ତେବେ କ’ଣ ପାଇଁ ଏହି ଯୋଜନାର ହିତାଧିକାରୀ ସେ ପାରିବେନାହିଁ ବୋଲି ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ତୁଳସୀ ନାଏକ ଜଣେ ଗରିବ ମହିଳା ଏବଂ ସେ ଏହି ଯୋଜନାରେ ସାମିଲ୍‌ ହେଲେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.