ହୀରା ଭଳି ଚମକିବ ଓ ଶକ୍ତ ରହିବ ଦାନ୍ତ, ଏହି ପ୍ରଭାବଶାଳୀ ଘରୋଇ ଉପଚାର କରନ୍ତୁ

ସମସ୍ତେ ମୁହଁରେ ହସକୁ ଭଲ ପାଆନ୍ତି । ଚେହେରା କେବଳ ହସ ଫୁଟିବା ସହିତ ନୁହେଁ, ବରଂ ହସ ଚେହେରାକୁ ଉଜ୍ଜ୍ୱଳ ମଧ୍ୟ କରିଥାଏ । ମୁହଁର ସୌନ୍ଦର୍ୟ୍ୟରେ ମୁଖ୍ୟ ଅଂଶ ହେଉଛି ଦାନ୍ତ । ଉଜ୍ଜ୍ୱଳ ଦାନ୍ତ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଆପଣଙ୍କ ଚେହେରାରେ ସୌନ୍ଦର୍ୟ୍ୟ ମଧ୍ୟ ଆଣିଥାଏ । କିନ୍ତୁ କେତେକଙ୍କ ରାସାୟନିକ ସମୃଦ୍ଧ ଜିନିଷର ବ୍ୟବହାର ଯୋଗୁଁ ଦାନ୍ତ ହଳଦିଆ ହୋଇଯାଏ । ଏପରିକି ଅନେକ ଲୋକ ଦାନ୍ତ ହଳଦିଆରୁ ମୁକ୍ତି ପାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଏପରି ପରିସ୍ଥିତିରେ କିଛି ଘରୋଇ ଉପଚାର ବିଷୟରେ ଜାଣ‌ନ୍ତୁ ଓ ଦାନ୍ତକୁ ହଳଦିଆ ପଣରୁ କରି ମୁକ୍ତ କର‌ନ୍ତୁ ।

୧. ଦାନ୍ତର ହଳଦିଆ ରୂପ ହଟାଇବା ପାଇଁ ବେକିଂ ସୋଡା ଏବଂ ଲେମ୍ବୁ ରସରେ ଘରୋଇ ଉପଚାର କରିପାରିବେ । ଗୋଟିଏ ଚାମଚ ବେକିଂ ସୋଡା ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶ୍ରଣ କରିବା ଆବଶ୍ୟକ । ଏହି ପେଷ୍ଟକୁ ଟୁଥ୍ ବ୍ରଶରେ ଲଗାନ୍ତୁ ଏବଂ ଏହାକୁ ଦାନ୍ତରେ ଘଷନ୍ତୁ । ଏହାକୁ ୨-୩ ମିନିଟ୍ ରହିବାକୁ ଦିଅନ୍ତୁ ଏବଂ ତା’ପରେ ପାଟି ଧୋଇ ଦିଅନ୍ତୁ । ସପ୍ତାହରେ ପ୍ରାୟ ୨ ଥର ଏହା କରନ୍ତୁ । ଧୀରେ ଧୀରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ ।

୨. ଚକଚକିଆ ଦାନ୍ତ ପାଇବା ପାଇଁ ହେଲେ ଏକ ଚାମଚ ସୋରିଷ ତେଲରେ ଅଧା ଚାମଚ ହଳଦୀ ପାଉଡର ମିଶାନ୍ତୁ । ଏହା ପରେ ଆଙ୍ଗୁଠି ସାହାଯ୍ୟରେ ତାହାକୁ ଦାନ୍ତରେ ଧୀରେ ଧୀରେ ଘଷନ୍ତୁ । ଏହାକୁ କିଛି ସମୟ ରହିବାକୁ ଦିଅ‌ନ୍ତୁ ଏବଂ କୁଳି କରି ଦିଅ‌ନ୍ତୁ । କିଛି ଦିନ ପାଇଁ କ୍ରମାଗତ ଭାବରେ ଏହାକୁ ବ୍ୟବହାର କରି ଆପଣ ଉପକାର ପାଇପାରିବେ ।

୩. କଦଳୀରେ ପୋଟାସିୟମ୍, ମାଙ୍ଗାନିଜ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ଥାଏ, ଯାହା ଦାନ୍ତକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ୧-୨ ମିନିଟ୍ ପାଇଁ କଦଳୀ ଚୋପାର ଧଳା ଅଂଶକୁ ଦାନ୍ତରେ ଘଷନ୍ତୁ । ନିଶ୍ଚୟ ଲାଭ ମିଳିବ ।

୪. ସୋରିଷ ତେଲ ଏବଂ ଲୁଣ ମଧ୍ୟ ଦା‌ନ୍ତ ସମସ୍ୟାରୁ ମୁକ୍ତି ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ଅଧା ଚାମଚ ସୋରିଷ ତେଲରେ ଲୁଣ ମିଶାଇ ମିଶାନ୍ତୁ । ଏହା ପରେ ଏହାକୁ ଦାନ୍ତରେ ଲଗାନ୍ତୁ । କିଛି ସମୟ ପରେ ବିଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ୧-୨ ଥର ଏହା କଲେ ଆପଣ ଏହାର ପ୍ରଭାବ ଦେଖିବେ ।

୫. ଦାନ୍ତର ହଳଦିଆ ରଙ୍ଗରୁ ତଥା ଅନ୍ୟାନ୍ୟ ସଂକ୍ରମଣରୁ ମୁକ୍ତି ପାଇଁ ଲିମ୍‌ମ୍ବ ଦାନ୍ତ କାଠି ମଧ୍ୟ ଖୁବ୍‌ ଭଲ କାର୍ୟ୍ୟ କରିଥାଏ । କେବଳ ସ‌ପ୍ତାହରେ ଥରେ ଏହା ବ୍ୟବହାର କରନ୍ତୁ ଓ ବିଶେଷ ଲାଭ ପାଆ‌ନ୍ତୁ ।

ଦାନ୍ତ ସମସ୍ୟା ପାଇଁ ଦାନ୍ତ ଡ଼ା‌କ୍ତରଙ୍କୁ ପରାମର୍ଶ କରନ୍ତୁ ।

Leave A Reply

Your email address will not be published.