ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ପଞ୍ଚମ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅଷ୍ଟଶମ୍ଭୁ ପୀଠ ଦେଓଗାଁ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ ପଞ୍ଚମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ରକ୍ତଦାନ ଶିବିରକୁ ସୁନାମଧନ୍ୟ ମଞ୍ଚ କଳାକାର ମହାରାଜ ଜଗଦାନନ୍ଦ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ ଓ ନିଜେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ । ସମୁଦାୟ ୨୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅବନୀକାନ୍ତ ପଣ୍ଡା, କୁଶ ସାହୁ , ଘନଶ୍ୟାମ ସାହୁ, ଗୁଣନିଧି ଧରାଇ, ବିପିନି ସାହୁ, ଦେବ ମାହାର, ନୁରପରାଜ ଭୁଏ, ନିଶାମଣି ପାଣ୍ଡେ, ଦ୍ଵିତୀୟା ଭୁଏ, ଅଭିଷେକ ମିଶ୍ର, ଭାଗବତ ମିଶ୍ର, ଆକାଶ ସାହୁ, ପରଖିତ୍ ଛତର, ଯୁଧିଷ୍ଠିର ମେହେର, ବାବୁଲୁ କାଣ୍ଡ, ଆବାସ ଭୋଇ, ଲକ୍ଷ୍ମଣ ମାଝୀ, ସୁବଲ ମେହେର ଯୋଗଦାନ କରି ସ୍ବେଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଦେଓଗାଁର ବାସୁଦେବ ମିଶ୍ର ଓ ଖଗେଶ୍ୱର ମେହରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ଶିବିର ପରିଚାଳିତ ହୋଇଥିଲା । ସମସ୍ତ ସ୍ଵେଛାକୃତ ରକ୍ତଦାତାମାନଙ୍କୁ ସଂପର୍କ ସ୍ବେଛାସେବୀ ସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.