ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘ କପିଲାଭଟାର ସ୍ଥାୟୀ ଭବନ ନିର୍ମାଣ ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସିଥିବା ବେଳେ ତାଙ୍କୁ କଣ୍ଟାବାଞ୍ଜି ହେମାଳ ଭବନ ଠାରେ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ସାକ୍ଷାତ କରି ତାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସହ ଅନ୍ୟ ବିଜେପି ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ । ଏହି ସଂଘ ଦୀର୍ଘ ୨୯ ବର୍ଷ ହେଲା ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ଭାରତ ସରକାରଙ୍କ ଦ୍ଵାରା ଅନୁବନ୍ଧିତ ହୋଇଛି ହେଲେ ଅସ୍ଥାୟୀ ଭବନଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସମୟରେ ସଂଘ ବିଭିନ୍ନ କାର୍ଯ୍ୟ କରି ଲୋକଙ୍କ ମନ ଜିଣି ପାରୁଛି । ଦାବିପତ୍ର ଦେବା ସମୟରେ ଯୁବକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।