ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା ପାଇଁ ଦାବୀପତ୍ର

ଗାଇସିଲେଟ, (ଦିଲ୍ଲିପ ସରାପ) : କୋଶଲ ଯୁବଶକ୍ତି ଗାଇସିଲାଟ ତରଫରୁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ଗଣପର୍ବ ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଇସିଲାଟ ବ୍ଲକ ଅଫିସରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଗାଇସିଲାଟ କୋଶଲ ଯୁବଶକ୍ତିର ସଦସ୍ୟମାନେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ । ଏଥିରେ ଲାଲାଜୀ ଝାଙ୍କର ନେତୃତ୍ୱ ନେଇଥିବା ବେଳେ ସୁଜିତ ପାତ୍ର, ଦିଲ୍ଲିପ କୁମାର ସରାପ, ନରେଶ ରଣା, ସୁରେଶ ଯୁଆଡି, କେଦାରନାଥ ସାହୁ, ଜ୍ୟୋତିରଞ୍ଜନ ସାହୁ, ମନୋରଞ୍ଜନ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × two =