jayashree

ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିକୁ ପରିବର୍ତ୍ତନ ପାଇଁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରଙ୍କ ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିକୁ ପରିବର୍ତ୍ତନ କରିବା ପାଇଁ ଦାବୀ ଉଠାଇ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ହିଞ୍ଜିଳି ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଇନଜୀବୀ ଶ୍ରୀ ପାଢ଼ୀଙ୍କ ସମେତ ତ୍ରିନାଥ ପାଢ଼ୀ, ମନମୋହନ ପାଢ଼ୀ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖଙ୍କ ସହ ଏକ ମିଳିତ ପ୍ରତିନିଧିମଣ୍ଡଳୀ ଜିଲ୍ଲପାଳଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯାହାଦ୍ୱାରାକି, ରାଜ୍ୟ ସରକାରଙ୍କ ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିରେ ଗଞ୍ଜାମ ଜିଲ୍ଲାର ବହୁ ଗରୀବ ଚାଷୀ ପଞ୍ଜୀକୃତ ହେବାରେ ବାଧକ ସାଜିଛି ବୋଲି ଅଭିଯୋଗ ହୋଇଛି । କେବଳ ଶିସ୍ତୁ ଓ ଚୁକ୍ତିନାମା ଅନୁଯାୟୀ ପଞ୍ଜୀକୃତ କରାଇବା ସମ୍ବନ୍ଧେରେ ଶ୍ରୀ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ସରକାର ଲାଗୁ କରିଥିବା ଧାନ ବିକ୍ରି ପଞ୍ଜୀକୃତ ନିୟମ ଅନୁସାରେ ଯେଉଁ ଚାଷ ନିୟମ ଆଣିଛନ୍ତି, ସେଥିରେ ପ୍ରାୟ ୯୦ ପ୍ରତିଶତ ଭାଗଚାଷୀଙ୍କ ପକ୍ଷେ ବାଧକ ସାଜିଛି । ଯାହାକି ଭାଗଚାଷୀ ପଞ୍ଜୀକୃତ ହୋଇପାରିବେ ନାହିଁ । ତେଣୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ହିତ ସାଧନ ସକାଶେ ନିମ୍ନ ପ୍ରକାରେ ପଞ୍ଜୀକୃତ କରାଇବା ଅବଶ୍ୟକ ବୋଲି ମତପ୍ରକାଶ କରି ଏହା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯିବା ସାଂଗକୁ ଉକ୍ତ ନିୟମ ଧାରା ପ୍ରତ୍ୟାହାର କରିବାକୁ ଶ୍ରୀ ପାଢ଼ୀ ଦାବୀ କରିଛନ୍ତି । ଏହା କାର୍ଯ୍ୟକାରୀ ନ ହେଲେ ଆଗମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ପ୍ରସାଶନକୁ ଚେତାବନୀ ଦେଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏକ ପ୍ରେସମିଟ୍ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଧାନଚାଷୀଙ୍କ ଉପରେ ସରକାରଙ୍କ ମାରଣ ନୀତିକୁ ତୀବ୍ର ସମାଲୋଚନା କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କ୍ଷୋଭର ସହ କହିଛନ୍ତି । ଏଠାରେ ସେ ଦର୍ଶାଇଛନ୍ତି ଯେ’ ଯେଉଁ ବ୍ୟକ୍ତିଙ୍କ ପିତା କିମ୍ବା ମାତାଙ୍କ ନାମରେ ଜମି ଅଛି ସେ ନିଜ ନାମରେ ଶିସ୍ତୁ ଦିଅନ୍ତୁ । ଯଦି ଭାଗଚାଷୀ ହୋଇଥିବେ ପଟ୍ଟାଧାରୀଙ୍କ ଶିସ୍ତୁ ସହ ଚୁକ୍ତିନାମା ପତ୍ର ଏବଂ ମନ୍ଦିର ଜମିର ଗ୍ରାମ ସରପଞ୍ଚଙ୍କ ବକ୍ଷେର ସହ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପତ୍ର ଦାଖଲ କରିବା ବନ୍ଦୋବସ୍ତ ନିୟମ ଧାରାରେ ବହୁ ଧାନଚାଷୀ ଉପକୃତ ହୋଇପାରିବେ । ତୁରନ୍ତ ଉପରୋକ୍ତ ଦାବୀର ସମାଧାନ ନ ହୁଏ, ତେବେ ଆସନ୍ତା ତା.୨୧.୦୮.୨୦୨୬ ରିଖ ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଅନଶନ କରିବେ ବୋଲି ପ୍ରସାଶନକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.