pakka

ଓବିସି ସଂରକ୍ଷଣରେ ସୁଧାର ଆଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କଠାରେ ଦାବୀ

bbehera

• ବିଜେପି-ଓବିସି ମୋର୍ଚ୍ଚା ସମାବେଶ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରକୁ ପଶି ବିକ୍ଷୋଭ ପ୍ରଦର୍ଶନ କଲା
• ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓବିସି ସଂରକ୍ଷଣ ସୁନିଶ୍ଚିତ କରି ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ଦାବୀ କରିଛି, ବିରୋଧୀ ବିଜେପି । ଗତକାଲି ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାର କ୍ରମାଗତ ଷଡ଼ଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହ ହାଇକୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ଓବିସି ସଂରକ୍ଷଣରୁ ବଞ୍ଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ କ୍ଷୋଭର ବିଷୟ ବୋଲି ବିଜେପି ପକ୍ଷରୁ ତୀବ୍ରନିନ୍ଦା କରାଯାଇଛି । ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ଉଦାସୀନତା ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ୫୪ ପ୍ରତିଶତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଓଡ଼ିଆ ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ଠେଲି ଦେଉଛନ୍ତି । ତେଣୁ ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ବାର୍ଥ ଓ ଅଧିକାର ପାଇଁଁ ବିଜେପି ତା’ର ଆନ୍ଦୋଳନକୁ ଜୋରଦାର କରିଛି ବୋଲି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ କହିଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ତଥା ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ଶତାଧିକ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟଳେୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଆନ୍ଦୋଳନ କରିବା ସହ ପଛୁଆବର୍ଗଙ୍କ ସ୍ୱାର୍ଥ ନିମନ୍ତେ ୭ ଦଫା ସମ୍ବଳିତ ଏକ ଦାବୀପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦତ୍ତ ହୋଇଛି । ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଲୀନା କୁମାରୀ ଖେସ୍‌ଙ୍କୁ ବିଜେପି ଦଳ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ, ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ଘୁମୁସର ଜିଲ୍ଲା ସଭାପତି କୋରାନାଥ ସ୍ୱାଇଁ, ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର, ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା ଡା.ସୁବାଷ ସାହୁ, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ଗଣପତି ବାରିକ, ବିଜୟ ମୁଦୁଲି, ସୂର୍ଯ୍ୟ ସେଠୀ, ଡି.ସୁରେଶ ରେଡ୍ଡୀ, ଅମରେଶ ମହାରଣା, କେ.ରଘୁନାଥ ରେଡ୍ଡୀଙ୍କ ସମତେ ବହୁ ରାଜ୍ୟସ୍ତରୀୟ ଦଳୀୟ ତୁଙ୍ଗନେତା ଓ ଗଞ୍ଜାମ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନେ ଯୋଗଦେଇ ଏହି ବିକ୍ଷୋଭ ରାଲିରେ ଅଂଶଗ୍ରହଣ କରି ଲୋକଙ୍କ ହକ ପାଇଁ ଦାବୀ କରିଥିଲେ ।

jay balangir
Leave A Reply

Your email address will not be published.

9 − 7 =

error: Content is protected !!