csstore

ସଂଚାର ଓ ପାଲା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁକୁରାମୁଣ୍ଡା ତରଫରୁ ୭ଟି ଗ୍ରାମ ପଞ୍ଚାୟତ ପାଇଁ ଆସିଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା କଳାକାର ମହାସଂଘ ସାଧାରଣ ସମ୍ପାଦକ ଲଲିତ ଜଗତ ସେହି ପଞ୍ଚାୟତର କଳାକାରମାନଙ୍କୁ ଡାକି ଭାବ ବଣ୍ଟନ କରିଥିଲେ । ମାଣ୍ଡୋସିଲ, ଛେତଗାଁ, ମାଣ୍ଡିଆଢିପା, ମିଠାପାଲି, ପଲସଦା, ବାଦିକଟା, ଛିନ୍ଦେଇକେଲାରେ କଳାକାରମାନେ ନିଜ ନିଜ ପଞ୍ଚାୟତରେ ସୁନ୍ଦର ଭାବେ କଳା ପରିବେଷଣ କରିଥିଲେ । ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଥାନୀୟ ଉପାୟ ସାଂସ୍କୃତିକ ଅନୁଷ୍ଠାନର ଲଲିତ ଜଗତ, ଦୁଲପ୍ ହରିପାଲ୍ କପୁରଚନ୍ଦ ଛତର କଳାକାରମାନେ ସଂଚାର ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ ଉପରେ କଳା ପ୍ରଦର୍ଶନ କରିଥିଲେ । ମହିଳା ସ୍ଵାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ଆଶା କର୍ମୀ ଆହ୍ଲାଦିନୀ ଭୋଇ, ବସୁମତୀ ଲୁହାର, ଗୀର୍ଜା ବାଗ, ଅଙ୍ଗନୱାଡି କର୍ମୀ ମାଳତୀ ମହାନନ୍ଦ, ହାରାବତୀ ଡନସନା, ମାଳତୀ ଭୋଇ, ମଞ୍ଜୁସା ମାଝୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.