ଚାରପାଲି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ । ଏହି ଗ୍ରାମଟି ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟ ଜଳର ସୁବିଧା ଅଛି ନା ଗାଧୋଇ ବାର ସୁବିଧା ଅଛି ନା ଶୌଚାଳୟର ବ୍ୟବସ୍ଥା ଅଛି । ଏହି ଗ୍ରାମରେ ପରିମଳ ବ୍ୟବସ୍ଥା ନଥିବାରୁ ଲୋକେ ବାହାରକୁ ଶୌଚ ପାଇଁ ଯାଇଥାନ୍ତି । ଗୋଟିଏ ଦୁଇଟି ନଳକୂପର ପାଣି ସମୁଦ୍ରକୁ ଶଙ୍ଖେ ଭଳି ପାଣି ନିଅଣ୍ଟ ପଡୁଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆଜକୁ ତିନିବର୍ଷ ହେଲାଣି ସରକାରଙ୍କ ଜଳ ପରିମଳ ବିଭାଗ ତରଫରୁ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପାଣି ଟାଙ୍କି ନିର୍ମିତ ହୋଇଛି । ଗ୍ରାମରେ କେତେକ ଘରେ ଘରେ ପାଇପ ସଂଯୋଗ କରାଯାଇଛି । ପଦ୍ମପୁରର ଗତ ବିଧାନସଭା ଉପ ନିର୍ବାଚନ ସମୟରେ ଲୋକ ଦେଖାଣିଆ ୨/୩ ଦିନ ଧରି ପାଣି ଯୋଗାଇ ଦିଆଯାଇଥିଲା । ବିଭାଗୀୟ ଯନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଯୋଗାଯୋଗ କରିବାରୁ ସବୁ କାମ ସରି ଯାଇଛି କେବଳ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇଲେ ପାଣି ଚାଲୁ ହେବ ବୋଲି ପ୍ରତିଶୃତି ମିଳିଛି । ଡହ ଡହ ଗ୍ରୀଷ୍ମର ପ୍ରକୋପରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ କଷ୍ଟ ପାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକେ ପାଣିକୁ ଚାହିଁ ଚାହିଁ ଦିନ ସରି ଯାଉଛି । ହେଲେ ଜଳ ଯୋଗାଣ ପ୍ରହସନ ପାଲଟିଛି । ଏଣୁ ଖରାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଶୀଘ୍ର ଚାରପାଲି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

15 − fourteen =