csstore

ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ସାଧାରଣରେ ଗୁଜବ ସୃଷ୍ଟି ହୋଇଛି । ବାହାର ରାଜ୍ୟରୁ ଆସି କିଛି ଛଦ୍ମବେଶ ଧାରଣ କରି ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ମହିଳାଙ୍କ ବେଶରେ ବୁଲୁଛନ୍ତି, କିନ୍ତୁ ସେମାନେ ସମସ୍ତେ ପୁରୁଷ । ଏକୁଟିଆରେ କୌଣସି ଲୋକ କିମ୍ବା ମହିଳାଙ୍କୁ ଦେଖିଲେ ଲୁଟ୍ ମାର୍ କରୁଛନ୍ତି, ତେଣୁ ସମସ୍ତେ ସତର୍କ ରୁହନ୍ତୁ ଏବଂ ବିଶେଷ କରି ଛୋଟ ପିଲାମାନଙ୍କୁ ଏକାକି ବାହାରକୁ ଛାଡ଼ନ୍ତୁ ନାହିଁ ଏମିତି ଲୋକଙ୍କୁ ଦେଖିଲେ ତୁରନ୍ତ ସମ୍ପୃକ୍ତ ଥାନାକୁ ସୂଚନା ଦିଅନ୍ତୁ ଏବଂ କେଉଁଠି ଦେଖିଲେ ସ୍ଥାନୀୟ ଲୋକମାନେ ମିଶି ଏମାନଙ୍କୁ ଅଟକ ରଖନ୍ତୁ, ପରେ ପୋଲିସ ହାତରେ ଜିମା ଦିଅନ୍ତୁ । ଏଦିଗରେ ସଚେତନତା ରହିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

jayashree
Leave A Reply

Your email address will not be published.