csstore

ପବିତ୍ର ଗୁରୁଦିବସରେ କ୍ୟୁୟର୍ସ ସୌଜନ୍ୟରେ ବୃକ୍ଷ ରୋପଣ

ଛତ୍ରପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପବିତ୍ର ଗୁରଦିବସ ଅବସରରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅରୁଣ ଶତପଥୀଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ତାମ୍ପରା ହ୍ରଦ ହୁଡ଼ା ଉପରେ ଓ କେନାଳ ହୁଡ଼ା ପାର୍ଶ୍ଵରେ ବର, ଓସ୍ତ, ନିମ୍ବ, ବଉଳ, କଦମ୍ବ ଆଦି ବୃକ୍ଷ ରୋପଣ କରାଯାଇଛି । ଏଥିରେ ବ୍ୟାଙ୍କ କଲୋନୀ କମିଟି ସଦସ୍ୟ ମଙ୍ଗରାଜ ନାଗ, ଦିଲୀପ କୁମାର ସାମଲ, ସୁବାସ ମିଶ୍ର, ସରୋଜ କୁମାର ସାମଲ, ପଞ୍ଚାନନ ମହାପାତ୍ର, ରାମ ଚନ୍ଦ୍ର ବେହେରା, ପ୍ରିୟବ୍ରତ ଜଗନ୍ନାଥ ପୃଷ୍ଟି, ରାମ ସାହୁ, ରଜତ ଖାଡ଼ଙ୍ଗା, ସୋନୁ ଦାସଙ୍କ ସମେତ ବହୁ ସ୍ବେଛାସେବୀ ମାନେ ନିଜ ନିଜ ଗୁରୁଙ୍କୁ ସ୍ମରଣକରି ଗୋଟିଏ ଲେଖାଏଁ ଗଛଟିଏ ଲଗାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ବ୍ୟାଙ୍କ କଲୋନୀ ବାସିନ୍ଦା ଓ କ୍ୟୁୟର୍ସ ଅନୁଷ୍ଠାନ ସଦସ୍ୟ ମାନେ ସହଯୋଗ କରିଥିଲେ । କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀ ସକ୍ରୀୟ ଅଂଶଗ୍ରହଣ କରିଥିବା ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.