ରଥଯାତ୍ରା ବେଳକୁ ଶାନ୍ତିପଡ଼ା ଦୁର୍ଗାମଣ୍ଡପକୁ ଆସିବେ ସିଆର୍‌ପିଏଫ୍‌ ଜଗନ୍ନାଥ

ବଲାଙ୍ଗିର, (ଶାନ୍ତିପଡ଼ା) : ଚଳିତ ବର୍ଷ ଆସନ୍ତା ଜୁନ୍‌ ୨୦ ତାରିଖ ବେଳକୁ ବଡ଼ଠାକୁର ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ଶାନ୍ତିପଡ଼ା ଦୁର୍ଗାମଣ୍ଡପ(ମାଉସୀ ଘର)କୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟର ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀ ସହ ଆସିବେ ଓ ତାଙ୍କ ଦିବ୍ୟ ଦଶ ଅବତାର ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ପୁଣି ସିଆର୍‌ପିଏଫ୍‌କୁ ଫେରିବେ ବୋଲି ନିଷ୍ପତ୍ତି ହୋଇଯାଇଛି । ଆଜି ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀମାନେ ଆସି ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ର ସଦସ୍ୟମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କ୍ଲବ୍‌ ସଭାପତି ପାର୍ଥ କର୍ଣ୍ଣ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୦ ତାରିଖ ଦିନ ଅପରାହ୍ନରେ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟରୁ ଜଗନ୍ନାଥଙ୍କ ରଥ ବାହାରି ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ପହଂଚିବାକୁ ଥିବା ବେଳେ ଏହି ଘୋଷଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ପ୍ରାପ୍ତ ହେବେ ବୋଲି ସିଆର୍‌ପିଏଫ୍‌ ଏବଂ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

1 × 4 =