pakka

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବାଲିପଟା ସେମି ଫାଇନାଲରେ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌.ଏଲ୍‌.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳରେ ସର୍ଗିପାଲି ଦଳ ମହୁଲପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ କେଛୋମାଲ ଓ ଖୁଣ୍ଟପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । ପରେ ସର୍ଗିପାଲି ଓ ବାଲିପଟା ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚରେ ବାଲିପଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୧ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସର୍ଗିପାଲି ଦଳ ୬ ଓଭରରେ ୫ ଉଇକେଟ ହରାଇ ମାତ୍ର ୪୪ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ମ୍ୟାଚ ଶେଷ ହେବା ପରେ ନକୁଳ ଗିଙ୍ଗରା, ମନିଷ, ରଜନୀକାନ୍ତ ବାଗ ଓ ରାଜୁ ମେହେର ଅତିଥି ରୂପେ ଯୋଗଦେଇ ବାଲିପଟା ଦଳର ନରେଶଙ୍କୁ ମେନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦୀପକ, ନିଲେଶ, ସତ୍ୟ, ଧର୍ମେନ୍ଦ୍ର ଓ ଗୋକୁଳ ଅମ୍ପାୟାରିଂ ଏବଂ ତାପସ ଓ ଆନନ୍ଦ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଗଣେଶ ଓ ବିକାଶ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ସତ୍ୟ ମେହେର ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ । ସୁନୀଲ, ଶ୍ୟାମସୁନ୍ଦର, ରିଙ୍କୁ, ମୁକେଶ, ଚୁଡ଼ାମଣି, ରୁଦ୍ର, ମିଥୁନ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ପରେ ଫାଇନାଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

sixteen − two =