oom

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ ମୋହନଗିରୀ ଓ କଶ୍ରୁପଡ଼ା ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରବୀର ପାଟ୍ଟଯୋଶୀ ଯୋଗଦେଇ ଅତିଥିମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଖେଳାଳୀମାନଙ୍କୁ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଯୁବସମାଜସେବୀ ରଶ୍ମିରଂଜନ ପ୍ରହରାଜ । ପ୍ରଥମ ମ୍ୟାଚରେ ଟସ ଜିଣି ବୋଲିଂ କରି ମୋହନଗିରୀ ଦଳ ନିର୍ଦ୍ଧାରିତ ୧୦ ଓଭରରରେ ୭୮ ରନ୍ ସଂଗ୍ରହ କରିଥିଲେ ଓ କଶ୍ରୁପଡ଼ା ୬ଓଭରରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥଲେ । ଦ୍ୱିତୀୟ ମ୍ୟାଚ ଘୋଡ଼ାପୋଖେର ଓ ବାଲବେଡା ମଧ୍ୟରେ ହୋଇଥିଲା । ଘୋଡ଼ାପଖେର ଟସ ଜିଣି ବ୍ୟାଟିିଂ କରି ୧୩୦ ରନ କରିଥିବା ବେଳେ ବାଲବେଡ଼ା ୫୭ରନ୍ ସଂଗ୍ରହ କରିପାରିଥିଲେ । ତୃତୀୟ ମ୍ୟାଚ କଶ୍ରୁପଡ଼ା ଓ ଧୁମାଭଟା ମଧ୍ୟରେ ହୋଇଥିବା ବେଳେ କର୍ଶୁପଡ଼ା ବୋଲିଂ କରିଥିଲା ଧୁମାଭଟା ବାଟିଂ କରି ନିର୍ଦ୍ଧାରିତ ଓଭର ୫୩ରନ କରିଥିବା ବେଳେ କଶୁପଡ଼ା ମାତ୍ର ୬ ଓଭରରେ ଏହି ରନ୍ ସଂଗ୍ରହ ପୂର୍ବକ ବିଜୟ ହାସଲ କରିଥିଲା । ମ୍ୟାଚ ଅମ୍ପେଆର ରାଜା ନାଏକ, ପ୍ରଶାନ୍ତ ପ୍ରଧାନ, ଦେବେନ୍ଦ୍ର ମହାନ୍ତି, ନରେଶ ଷଣ୍ଢ, ବବଲୁ ସଗରିଆ, ସ୍କୋରର ସଂଜୀବନି ସାହୁ ରହିଥିବା ବେଳେ ଆୟୋଜକ କମିଟି ତରଫରୁ ଦେବେଶ ଷଣ୍ଢ, ବିଭୂତି ମାଝୀ, ରାଜୁ ଗହୀର, ତୁଷାର ପ୍ରଧାନୀ ପ୍ରମୁଖ ସମସ୍ତ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.