csstore

ପାଟିମାଲ ସୁରେନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ବନମାଲ ଦଳ ଚାମ୍ପିୟନ, ବାଞ୍ଜିପାଲି ଦଳ ରାନର୍ସ ଅପ୍

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଠାରେ ନବମ ସୁରେନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ମ୍ୟାଚ୍ ବନମାଲ ଓ ବାଞ୍ଜିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଞ୍ଜିପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ୮୮ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ବନମାଲ ଦଳ ୯ ଓଭରରେ ନିର୍ଦ୍ଧାରିତ ଲକ୍ଷ ହାସଲ କରି ୮୯ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲେ । ଯୁଗଳ ପ୍ରଧାନ ଓ ଲୋକନାଥ ବାରିକ ଅମ୍ପାୟାର ରୂପେ ଖେଳ ପରିଚାଳନା କରିଥିଲେ । ପ୍ରଭାତ ବରିହା ସ୍କୋରର ଥିବା ବେଳେ ଯାଦବ ବାରିକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ରୂପେ ଆଇନଜୀବୀ ଦେବାକାନ୍ତ ପାଣିଗ୍ରାହୀ, ପୂର୍ବତନ ସରପଂଚ କର୍ଣ୍ଣ ସିଂ ଠାକୁର, ଦୟାନିଧି ସାହୁ, ବାବାଜୀ ମେହେର, ଦେବାନନ୍ଦ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ଅତିଥିମାନେ ପ୍ରଦାନ କରିଥିଲେ । ଏହି ଅବସରରେ ସୁଶାନ୍ତ ବାରିକ, ବିଷ୍ଣୁ ଭୋଇ, ସୁଶୀଲ ବାରିକ, ଓଁକାର ବରିହା, ଦୁଳଭ ମାଝୀ ପ୍ରମୁଖ ଆୟୋଜକ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.