ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ଭୁତିବାହାଲ କିଙ୍ଗସ୍‌ ଦଳକୁ ପରାସ୍ତ କରି ଭୁତିବାହାଲ ନାଇଟ ରାଇଡ଼ର୍ସ ଦଳ ଚାମ୍ପିୟନ

ଗାଇସିଲେଟ, (ପୁସ୍ତମ ଯୁଆଡି) : ସ୍ଥାନୀୟ ମାଁ ଆଗଲପୁରୀଏନ୍‌ କ୍ରିକେଟ ଫିଲ୍‌ଡ ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗ୍ରାମର ୱାର୍ଡ ମେମ୍ବର ଦିବ୍ୟାକିଶୋର ସାହୁ ଓ ସମ୍ମାନିତ ଅତିଥି ଭାବରେ ନକୁଳ ସାହୁ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଭୁତିବାହାଲର ପୂର୍ବତନ ଖେଳାଳିମାନଙ୍କୁ ନେଇ ୪ଟି ଦଳ ଗଠନ କରାଯାଇଥିଲା । ଫାଇନାଲ୍‌ରେ ଭୁତିବାହାଲ ନାଇଟ ରାଇଡ଼ର୍ସ ଦଳ ଭୁତିବାହାଲ କିଙ୍ଗସ୍‌ ଦଳକୁ ୨୦ ରନ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଭୁତିବାହାଲ ନାଇଟ ରାଇଡ଼ର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର୍‌ରେ ୯୭ ରନ୍‌ କରିଥିଲା । ଜବାବରେ ଭୁତିବାହାଲ କିଙ୍ଗସ୍‌ ଦଳ ସମସ୍ତ ୱିକେଟ୍ ହରାଇ ୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ନକୁଳ ସାହୁ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପବିତ୍ର ସାହୁ, ରୁଦ୍ର ସାହୁ, ସଂଜୟ ସାହୁ, ଦୁର୍ଗେଶ୍ୱର ବାଗ, ଗୁରୁଦେବ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ଜଗଦାନନ୍ଦ ନାଏକ, ବିନ୍ଦୁସାଗର ନାଗ, ଯୁଗେଶ୍ୱର ସାହୁ ସ୍କୋରିଙ୍ଗ ଦାୟିତ୍ୱ ତୁଲାଇ ଥିଲେ । କ୍ରିକେଟ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

four × one =