pakka

ଶ୍ରୀ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପିପଲଡାବରକୁ ହରାଇ ଭାଲୁଦରହ ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ୧୯ତମ ଶ୍ରୀ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନର ପଥମ ସେମିଫାଇନାଲ ରାମଚନ୍ଦ୍ରପୁରକୁ ହରାଇ ପିପଲଡ଼ାବର ଦଳ ଓ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବ୍ରହ୍ମପୁରାକୁ ହରାଇ ଭାଲୁଦରହ ଦଳ ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ ପିପଲଡ଼ାବର ଓ ଭାଲୁଦରହ ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଏହି ମ୍ୟାଚରେ ଭାଲୁଦରହ ଦଳ ବିଜୟୀ ହୋଇ ଚାମ୍ପିୟାନ ହୋଇଥିଲା । ପିପଲଡ଼ାବର ଦଳ ରନର୍ସ ଅଫ୍‌ ହୋଇଥିଲା । ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦେଓଗାଁ ବ୍ଲକର ପୂର୍ବତନ ବିଇଓ ସଂକୀର୍ତ୍ତନ ବାଗ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ । ଭାଲୁଦରହ ଦଳର ମାନସ ମହାନନ୍ଦ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ପ୍ରତିଯୋଗିତା ପରିଚାଳନାରେ ଚନ୍ଦ୍ର ଶେଖର ବାଗ, ସୁରେନ୍ଦ୍ର ଚନ୍ଦନ, ମୁନୁ ମହାକୁର, ବରୁଣ ବାଗ, ଦେବାନନ୍ଦ ବାଗ, ସୁଦର୍ଶନ ଜାଲ, ମୁକେଶ କୁଦେଇ, ଗୋପାଳ ଭୁଏ, ପିଣ୍ଟୁ ବକୁଳ, ମଳୟ କାଲସେର, ମଧୁସୂଦନ ପାତ୍ର, କାହ୍ନା ବାଗ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

one × three =