pakka

ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡ ଠାରୁ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କଲେ ମହିଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡ ଠାରୁ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସହରର ଜଣେ ମହିଳା । ସୂଚନା ଅନୁସାରେ ସ୍ଥାନୀୟ ଇଚ୍ଛାପଡ଼ା ନିବାସୀ ସୁଷମା ମାଝୀ ନାମ୍ନୀ ଜଣେ ମହିଳା ଆଜି ଟିଟିଲାଗଡ଼ ଯିବା ପାଇଁ ଘରୋଇ ବସ୍‌ଷ୍ଟାଣ୍ଡରେ ଗଣପତି ବସ୍‌କୁ ଚଢ଼ିଥିଲେ । ବସ୍‌ ଛାଡ଼ି ନଥିବା ଯୋଗୁଁ ସିଟ୍‌ରେ ବ୍ୟାଗ୍‌ ଓ ମୋବାଇଲ ଛାଡ଼ି ତଳକୁ ଓହ୍ଲାଇଥିଲେ । ତେବେ ବସ୍‌ ଉପରକୁ ଚଢ଼ି ଦେଖିଲେ ଯେ, ମୋବାଇଲ୍‌ଟି ସିଟ୍‌ରେ ନାହିଁ । ଖୋଜାଖୋଜି ପରେ ମଧ୍ୟ ମୋବାଇଲ୍‌ ଆଉ ପାଇ ନଥିଲେ । ଶେଷରେ ତାଙ୍କ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

six + fifteen =