oom

ସିରୋଲ ଜୟ ଡଙ୍ଗରବୁଢ଼ା କ୍ରିକେଟ : ଖଗସା ଚମ୍ପିୟାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦରମହକୁମା ବିଷପିଟେନ ଖେଳ ପଡିଆଠାରେ ଚାଲିଥିବା ୧୪ତମ ଜୟ ଡ଼ଙ୍ଗରବୁଢା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳରେ ଧାମନଡଙ୍ଗାକୁ ହରାଇ ଖଗସା ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ସମ୍ମାନିତ ଅତିଥି ରୂପେ ବିଜେଡି ଯୁବ ନେତା ତଥା ଅବସରପ୍ରାପ୍ତ ବ୍ଲେକ କମାଣ୍ଡୋ ଗିରିରାଜ ସିଂ ମାଝୀ ଯୋଗଦାନ କରିଥିଲେ । ୧୦ ଓଭର ବିଶିଷ୍ଟ କ୍ରିକେଟ ଫାଇନାଲ ମ୍ୟାଚରେ ଧାମନଡ଼ଙ୍ଗା କ୍ରିକେଟ ଦଳ ଟସ ଜିତି ଫିଲ୍ଡିଂ ନେଇଥିଲା । ମ୍ୟାଚକୁ ଖଗସା କ୍ରିକେଟ ଦଳ ୨୧ ରନରେ ଜିତି ବିଜୟୀ ହୋଇଥିଲା । ଅନ୍ୟତମ ଅତିଥି ରୂପେ ବରିଷ୍ଠ ବିଜେଡି ନେତା ଦିଲୀପ ପୃଷ୍ଟି, ଆଶାତୁଲ୍ଲା ଖାଁ, ମାମରାଜ ଜୈନ, ତପନ ଦୀପ, ପିଣ୍ଟୁ ଦୀପ, ପାର୍ଥ ପ୍ରଧାନୀ ଯୋଗଦାନ କରିଥିଲେ । ମ୍ୟାଚରେ ନିରନ ଭୋଇ, ବିରଞ୍ଚି ଛୁରା, ଦ୍ଵିତୀବାହାନ ପ୍ରଧାନୀ, ଗଜପତି ହାତୀ, ଆକାଶ ଘିଭେଲା ସହଯୋଗ କରିଥିବା ବେଳେ ମ୍ୟାଚ ପରିଚାଳନା କରିଥିଲେ ଥୟରାଜ ପ୍ରଧାନୀ ଓ ଚନ୍ଦ୍ରଶେଖର ପ୍ରଧାନୀ । ଆୟୋଜକ ସିରୋଲ ଜୟ ଡ଼ଙ୍ଗରବୁଢା କ୍ରିକେଟ ଦଳର ସମସ୍ତ ସଦସ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.