csstore

ଦେଷଣ୍ଢ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ଗତ ଗୁରୁବାର ରାତିରେ ସ୍ଥାନୀୟ ଲାନ୍ଥବୁଢ଼ା କ୍ରିକେଟ ଦଳ ପକ୍ଷରୁ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ୍ ସିଂ ମିନା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଯୋଗ ଦେଇଥିଲେ । ପ୍ରଥମ ସେମି ଫାଇନାଲରେ ଦେଷଣ୍ଢକୁ ହରାଇ ଡଙ୍ଗର ତଳ ଦଳ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ସେମି ଫାଇନାଲରେ ନୂଆଁପାଲିକୁ ହରାଇ ବାଦିଘୋର ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ ବାଦିଘୋର ଏବଂ ଡଙ୍ଗରତଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଡଙ୍ଗରତଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିବା ବେଳେ ବାଦିଘୋର ଉପ ବିଜେତା ହୋଇଥିଲେ । ଏହି ପ୍ରତିଯୋଗିତାକୁ ଆୟୋଜକ ଦଳର ମୁକେଶ ମେହେର, ଭକ୍ତ ବକୁଳ, ଚୈତନ୍ୟ ମେହେର, ହର ବରିହା, ଲଳିତ ମେହେର, ଲମ୍ବୋ ରଣା, ଲୁକେଶ ମେହେର ପ୍ରମୁଖ ପରିଚାଳନା କରିଥିବା ବେଳେ ରଙ୍କ ମେହେର, ଗୁରୁଦେବ ମେହେର, ରବି ମେହେର, ଜଦୁ ମେହେର, ପ୍ରଫୁଲ୍ଲ ମେହେର, ବିରଞ୍ଚି ଷଡ଼ଙ୍ଗୀ, ଇନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.