କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା

● ଦୈନିକ ନୂତନ ଆରୋଗ୍ୟଙ୍କ ମଧ୍ୟରୁ ୬୦ ପ୍ରତିଶତ ୫ଟି ରାଜ୍ୟରୁ
● ମୋଟ ସୁସ୍ଥଙ୍କ ସଂଖ୍ୟା ପାଖାପାଖି ୩୫.୫ ଲକ୍ଷ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି । ଏଥି ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୦୦୦ ଏବଂ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ ସୁସ୍ଥ ହୋଇଛନ୍ତି ।
ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୩୫,୪୨,୬୬୩ ଛୁଇଁଥିବା ବେଳେ ଏହା ୭୭.୬୫ ପ୍ରତିଶତ ବୋଲି ଜଣାପଡିଛି ।
୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାର ଶତକଡା ୬୦ ଭାଗ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୬,୫୫୧ଟି ନୂତନ ସଂକ୍ରମିତ ମାମଲା ରେକର୍ଡ ହୋଇଥିବା ବେଳେ ସେଥିରୁ କେବଳ ମହାରାଷ୍ଟ୍ରରେ ୨୩,୦୦୦ରୁ ଉର୍ଦ୍ଧ୍ଵ ଓ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ରୁ ଉର୍ଦ୍ଧ୍ଵ ଅଛନ୍ତି ।
ଦେଶର ନୂତନ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୫୭ ପ୍ରତିଶତ ରୋଗୀ କେବଳ ୫ଟି ରାଜ୍ୟରୁ ଆସିଥିବା ବେଳେ ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ନୂତନ ସୁସ୍ଥ ରୋଗୀ ଅଛନ୍ତି ।
ବର୍ତ୍ତମାନ ଦେଶରେ ୯,୪୩,୪୮୦ ସକ୍ରିୟ ରୋଗୀ ରହିଛନ୍ତି । ସକ୍ରିୟ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୨,୬୦,୦୦୦ରୁ ଅଧିକ ମହାରାଷ୍ଟ୍ରରୁ ହୋଇଥିବା ବେଳେ କର୍ଣ୍ଣାଟକରୁ ୧,୦୦,୦୦୦ରୁ ଅଧିକ ଅଛନ୍ତି । ୯ଟି ରାଜ୍ୟରେ ସର୍ବାଧିକ ୭୪ ପ୍ରତିଶତ ସକ୍ରିୟ ମାମଲା ରହିଥିବା ବେଳେ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମୋଟ ସକ୍ରିୟ ମାମଲାର ଶତକଡା ୪୮ ଭାଗ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୪୯୫ ରୋଗୀ ମହାରାଷ୍ଟ୍ରରୁ ହୋଇଛି, ସେହିପରି କର୍ଣ୍ଣାଟକରୁ ୧୨୯ ଏବଂ ଉତ୍ତରପ୍ରଦେଶରୁ ୯୪ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.