pakka

କୋଭିଡ଼ ସଂପର୍କରେ ରାଜ୍ୟ ସରକାରଙ୍କ ସହ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂପ୍ରତି ଦିନକୁ ଦିନ ଦ୍ରୃତ ଗତିରେ କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନେଇ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ସରକାର କୋଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ନେଉଥିବା ପଦକ୍ଷେପ ଗୁଡ଼ିକୁ ଏକ ପାୱାର ପଏଂଟ ପ୍ରେଜେଟେଂସନ୍‌ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଥିଲେ । ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର, ନିର୍ବାଚନ ପ୍ରଚାର ଓ ଭୋଟ ଗଣତି ସମୟରେ ହେବାକୁ ଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏତଦ୍‌ବ୍ୟତୀତ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ଥିବା ଆଗ ଧାଡ଼ିର କର୍ମ·ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ପାନ ଟୀକା ଦେବା ସଂପର୍କରେ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, କୋଭିଡ଼ ସଂପର୍କରେ ନିର୍ବାଚନ ଆୟୋଗଙ୍କୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ ଓ ରାଜ୍ୟ ନିର୍ବାଚନ କମିଶନର ଏହାର ବିସ୍ତୃତ ତର୍ଜମା କରିବା ପରେ ପଞ୍ଚାୟତ ନିର୍ବାଚନ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବିନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ, ରଘୁରାମ ଆର୍‌ ଆୟାର୍‌ ଓ ଉପ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen + 18 =

error: Content is protected !!