om academy

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧, ବଲାଙ୍ଗିର ପୌରାଂଚଳରେ ୫୯

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୧, ୧୪ରୁ ୧, ୪ରୁ ୧, ୧୧ରୁ ୨, ୧୯ରୁ ୨, ୨୧ରୁ ୨, ୬ରୁ ୨, ୯ରୁ ୨, ୧୫ରୁ ୩, ୧୮ରୁ ୩, ୫ରୁ ୩, ୧ରୁ ୪, ୨ରୁ ୮, ୭ରୁ ୧୧ ଓ ୨୦ରୁ ୧୪ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୩ ଜଣ, ବଲାଙ୍ଗିର ବ୍ଲକରୁ ୨୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୫ ଜଣ, ବେଲପଡ଼ା ବ୍ଳକରୁ ୧୨ ଜଣ, ଦେଓଗାଁ ବ୍ଲକରୁ ୨୮ ଜଣ, ଗୁଡ଼ଭେଲା ବ୍ଲକରୁ ୨୦ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୭ ଜଣ, ଖପ୍ରାଖୋଲ ବ୍ଲକରୁ ୨୬ ଜଣ, ଲୋଇସିଂହା ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୭ ଜଣ, ପାଟଣାଗଡ଼ ବ୍ଲକରୁ ୨ ଜଣ, ପୁଇଁନ୍ତଲା ବ୍ଲକରୁ ୪ ଜଣ, ସଇଁନ୍ତଲା ବ୍ଲକରୁ ୨୮ ଜଣ, ଟିଟିଲାଗଡ଼ ବ୍ଲକରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୩ ଜଣ, ତୁରେକେଲା ବ୍ଳକରୁ ୧୫ ଜଣ, ତୁଷୁରା ଏନ୍‌ଏସି ଅଂଚଳରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୩୨୬୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.