om academy

ତହସିଲଦାରଙ୍କ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି : ଅମାନିଆ ବ୍ୟବସାୟୀଙ୍କ ୭ଟି ଦୋକାନ ସିଲ୍‌

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣର ଭୟ କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେକି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇଥାନ୍ତି । ଏହି ଭଳି କିଛି ଅମାନିଆ ବ୍ୟବସାୟୀଙ୍କୁ ନିୟମିତ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ସାବାଡ କରୁଥିବା ଦେଖିବାକୁ ମିଳିଛି । ଲକ୍ ଡାଉନ୍ ସମୟରେ ତେଜରାତି ଦୋକାନ, ପରିବା ଦୋକାନ, ଅଣ୍ଡା, କ୍ଷୀର, ମାଛ, ମାଂସ ଦୋକାନ ଖୋଲିବା ପାଇଁ ଅନୁମତି ଥିବା ବେଳେ ବାଲିଗୁଡ଼ା ଏନ୍ଏସି ବଜାରରେ ପ୍ରାୟ ସମସ୍ତ ଦୋକାନ ଖୋଲିବା ପରି ଖୋଲା କରି ଗହଳି କରିବା ସହ ସାମାଜିକ ଦୂରତା ଉଲ୍ଲଘଂନ କରିଥିବା ଅଭିଯୋଗରେ ଆଜି ତହସିଲଦାର ଶ୍ରୀ ପାତ୍ର ୭ଟି ଦୋକାନ ସିଲ୍ କରିଥିବା ସୁଚନା ଦେଇଛନ୍ତି । ଏହି ମଧ୍ୟରେ ୪ଟି ଲୁଗା ଦୋକାନ, ୨ଟି ମୋବାଇଲ ଦୋକାନ ଓ ୧ଟି ଚୁଡି ଦୋକାନ ସିଲ୍ କରିବା ସୁଚନା ଦେଇଛନ୍ତି । ତହସିଲଦାରଙ୍କ ଏହି କାର୍ଯ୍ୟକଳାପକୁ ସବୁ ବର୍ଗରେ ପ୍ରଶଂସା କରିବା ସହ ସହ ଏହି କାର୍ଯ୍ୟକୁ ସ୍ଵାଗତ ମଧ୍ୟ କରିଛନ୍ତି । ବାଲିଗୁଡ଼ା ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଯେତେ ବାଟ ଓଗାଳିଲେ ମଧ୍ୟ ଅମାନିଆ ଯୋରା ବାଟ ଦେଇ ବାଇକ୍ ଯୋଗେ ଏନ୍ଏସି ବଜାର ମଧ୍ୟକୁ ପ୍ରବେଶ କରି ଅଯଥା ଛକ ଗୁଡିକରେ ଏକତ୍ରିତ ହୋଇ ଗୁଲି ଖଟି କରିବା ଦେଖିବାକୁ ମିଳିଛି । ଏଣୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ, ବାଇକ୍ ଚାଳକ ମାନଙ୍କୁ କଡାରୁ କଡା ଦଣ୍ଡ ଓ ଅମାନିଆ ଦୋକାନୀ ମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କଲେ ସାବାଡ ହେବାସହ ବଢିବା ସଂକ୍ରମଣ ଭୟ ମଧ୍ୟ ଦୂର ହୋଇ ପାରିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.