pakka

ବାପା ମା’ଙ୍କୁ ଛଡାଇ ନେଲା ମହାମାରୀ : କରୋନା କାଳରେ ପୁଅ ଝିଅ ଅନାଥ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କରେ କରୋନା କାଳରେ ଅନାଥ ହୋଇଯାଇଛନ୍ତି ପୁଅ ଝିଅ । କିଏ ବାପାଙ୍କୁ ହରାଇଛି ତ କିଏ ମାଙ୍କୁ ।କରୋନା ମହାମାରୀର ଏହି ସଙ୍କଟ ଭିତରେ ବାପା ଅଥବା ମା’ କୁ ହରାଇ ଅନାଥ ହୋଇ ପଡ଼ିଥିବା ଏହି ଶିଶୁ ମାନଙ୍କ ଭବିଷ୍ୟତ ଅଭିଭାବକ ଅଭାବରୁ ଅନ୍ଧକାର ଭିତରକୁ ଯେପରି ଠେଲି ହୋଇ ନଯାଏ ସେଥିପାଇଁ ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯେପରି କେହି ବଞ୍ଚିତ ନ ରହିବେ । କରୋନା ପ୍ରଥମ ଲହର ୨୦୨୦ ମାର୍ଚ୍ଚରୁ ଦ୍ଵିତୀୟ ଲହର ଚଳିତ ମଇ ସୁଦ୍ଧା ବ୍ଲକର ଲଉଡିଦରହା ପଞ୍ଚାୟତ ଗୌଡ଼ମାଲ, ଡୁଙ୍ଗରିପାଲି, ଲଉଡିଦରହା, ଚଣ୍ଡିଭଟା ପଞ୍ଚାୟତର ତିଳେଇଦାଦର, କୁର୍ଲୁପାଲି ପଞ୍ଚାୟତର ବେହେରାଡୁବରୀ ,ଛୋଟଅନକି, ଡଭା ପ୍ରଭୁତି ପଞ୍ଚାୟତର ଗାଁମାନଙ୍କରୁ ଅନେକ ଶିଶୁ କେହି ବାପା ଅଥବା ମା’ଙ୍କୁ ହରାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଏହା କିନ୍ତୁ ଚୂଡାନ୍ତ ନୁହେଁ । ବ୍ଲକର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଚିହ୍ନଟ ହେଲେ ପ୍ରକୃତ ଜଣାପଡିବ ଏଥିପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ । କରୋନାରେ ବାପା ମା’ଙ୍କୁ ହରାଇଥିବା ଅନାଥ ବାପା ମା’ଙ୍କ ଦାୟିତ୍ୱ ଜିଲ୍ଲାପାଳ ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ପ୍ରଶାସନିକ ସ୍ତରରେ କୋଭିଡ କାଳରେ ଅନାଥ ହୋଇଥିବା ପିଲାଙ୍କ ସଠିକ ତଥ୍ୟ ସଂଗ୍ରହ କରି ଶିଶୁ ମାନଙ୍କ ଭବିଷ୍ୟତ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ରହିଛି । ପିଏମକେଆର ଫର ଚିଲଡ୍ରେନ ଯୋଜନାରେ ଅର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ ଯେଉଁ ଥିରେ ପିଲାମାନଙ୍କୁ ସରକାର ମାଗଣା ଶିକ୍ଷା ସୁବିଧା ସହିତ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଇବେ । ୧୮ବର୍ଷ ହେବା ପରେ ମାସିକ ଷ୍ଟାଇପେନ ପ୍ରଦାନ କରାଯିବ ଏବଂ ୨୩ବର୍ଷ ହେଲାପରେ ପି.ଏମ.କେଆର ପାଣ୍ଠିରୁ ୧୦ଲକ୍ଷ ଟଙ୍କା ସହାୟତା ମିଳିବ । ୧୮ ବର୍ଷ ଯାଏଁ ଆୟୁଷମାନ୍‌ ଯୋଜନାରେ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଋଣ ନିଆଗଲେ ସୁଧ ବାବଦ ଅର୍ଥ ସରକାର ପରିଶୋଧ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଅନାଥ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ଯୋଜନା କରିଛନ୍ତି । ପଞ୍ଚାୟତ ସ୍ତରରେ ସରପଞ୍ଚ କୋଭିଡ଼ କାଳ ଭିତରେ ଅନାଥ ହୋଥିବା ପିଲାଙ୍କ ଭିତରେ ସଠିକ ସୂଚନା ଦେଇ ପିଲାଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ମୃତ୍ୟୁର କାରଣ କୋଭିଡ ବୋଲି ପ୍ରମାଣ ଦେବାପାଇଁ ମୃତ୍ୟୁ ସାର୍ଟିଫିକେଟ ସମେତ ଅନ୍ୟାନ୍ୟ କାଗଜ ପତ୍ର ଦେବାକୁ ପଡିବ ବୋଲି ଝାରବନ୍ଧ ବିଡିଓ ସୁଶ୍ରୀ ଦମୟନ୍ତି ସାହୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 × two =

error: Content is protected !!