pr

ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତାଙ୍କୁ କରୋନା ଯୋଦ୍ଧା ସମ୍ମାନ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗୀର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତା ମିଶ୍ର ସମେତ ସଚେତନ ମହିଳା ମଞ୍ଚକୁ କରୋନା ଯୋଦ୍ଧା ଭାବରେ ତାଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ମହାମାରୀ କରୋନା ସମୟରେ ଅଞ୍ଚଳର ଲୋକ ମାନଙ୍କୁ ଖାଦ୍ୟ, ମାକ୍ସ, ସାନିଟାଇଜର, କମଳ ଆଦି ବଣ୍ଟନ କରିବା ସହ ଲୋକଙ୍କୁ ସହଯୋଗ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା କ୍ଲବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।ତେବେ ସଚେତନ ମହିଳା ମଞ୍ଚର ଏଭଳି କାର୍ଯ୍ୟରେ କରୋନା ଯୋଦ୍ଧା ଭାବରେ ସମ୍ମାନିତ ହୋଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ଉତ୍ସ।ହିତ ମଧ୍ୟ ଦେଖିବାକୁ ମିଳିଛି ।

nrusinghnath
Leave A Reply

Your email address will not be published.