
ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭,୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୨୪୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡ଼ରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୪୯, କଟକରୁ ୧୯୪, ଢେଙ୍କାନାଳରୁ ୧୮, ଗଜପତିରୁ ୬, ଗଂଜାମରୁ ୨୪୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୯୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୧୨୧, କେନ୍ଦ୍ରାପଡ଼ାରୁ ୨୭, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୩୧୧, କୋରାପୁଟରୁ ୯୪, ମାଲକାନଗିରିରୁ ୯୮, ମୟୁରଭଂଜରୁ ୯୧, ନବରଂଗପୁରରୁ ୨୧, ନୟାଗଡରୁ ୧୩, ନୂଆପଡ଼ାରୁ ୯, ପୁରୀରୁ ୬୮, ରାୟଗଡ଼ାରୁ ୧୬୦, ସମ୍ବଲପୁରରୁ ୩୫, ସୋନପୁରରୁ ୧୧ ଓ ସୁନ୍ଦରଗଡ଼ରୁ ୧୩୬ ଜଣଙ୍କ ପଜିଟିଭ୍ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ୯୫୮୯୨୯ ଜଣଙ୍କ କରୋନା ପରୀକ୍ଷା ହୋଇ ସାରିଥିବା ବେଳେ ୬୨୨୯୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୨୨୭୬ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।