pakka

ଜାନ୍‌ସନ୍‌ ଏଣ୍ଡ୍‌ ଜାନ୍‌ସନ୍‌ କରୋନା ଭେକ୍‌ସିନ୍‌ ପରୀକ୍ଷଣ ବନ୍ଦ କଲା : ରୋଗୀ ଆହୁରି ରୋଗାଗ୍ରସ୍ତ ହେଲେ

bbehera

ୱାଶିଂଟନ : ଆମେରିକାର ବହୁରାଷ୍ଟ୍ରୀୟ ଔଷଧ କଂପାନୀ ଜାନ୍‌ସନ୍‌ ଏଣ୍ଡ୍‌ ଜାନ୍‌ସନ୍‌ ପକ୍ଷରୁ କୁହାଯାଇଛି ଯେ, କଂପାନୀ କରୋନା ଭାଇରସ୍‌ର ଏକ ସଂଭାବିତ ଭେକ୍‌ସିନ୍‌ ପରୀକ୍ଷଣକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଛି । ତେବେ ଜଣେ ରୋଗୀ ଆହୁରି ରୋଗାଗ୍ରସ୍ତ ହୋଇ ପଡ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । କଂପାନୀ ନିଜର ବୟାନ୍‌ରେ କହିଛି ଯେ, ଆହୁରି ରୋଗାଗ୍ରସ୍ତ ରୋଗୀଙ୍କ ସଂପର୍କରେ ଯଦିବି ବିଶେଷ କିଛି ଜଣା ପଡ଼ିନାହିଁ, ତଥାପି ସ୍ୱତନ୍ତ୍ର ସୁରକ୍ଷା ସମିତି ଏବଂ କଂପାନୀର ଡାକ୍ତରମାନେ ତାଙ୍କ ଉପରେ ବିଶେଷ ଧ୍ୟାନ ରଖିଛନ୍ତି । ଏହି ପରୀକ୍ଷଣରେ ୬୦ ହଜାର ଲୋକଙ୍କୁ ସାମିଲ୍‌ କରାଯିବା କଥା ପୂର୍ବରୁ କୁହାଯାଇଥିଲା ।

Leave A Reply

Your email address will not be published.

18 − sixteen =