pakka

ହ୍ରାସ ପାଉଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୨୭୫ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସମୁଦାୟ ପଜିଟିଭ୍‌ ୨୫୬୯୩୭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୬୩୫ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୨୩୦୧୯୨ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୨୭୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୩୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୯୫୭ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୬୪, ଭଦ୍ରକରୁ ୫୦, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୨୧, କଟକରୁ ୧୪୪, ଦେବଗଡ଼ାରୁ ୧୫, ଢେଙ୍କାନାଳରୁ ୨୭, ଗଜପତିରୁ ୬, ଗଂଜାମରୁ ୩୬, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୨, ଝାରସୁଗୁଡ଼ାରୁ ୧୦୦, କଳାହାଣ୍ଡିରୁ ୬୪, କନ୍ଧମାଳରୁ ୫୦, କେନ୍ଦ୍ରାପଡ଼ାରୁ ୬୮, କେଉଁଝରରୁ ୩୭, ଖୋର୍ଦ୍ଧାରୁ ୩୬୪, କୋରାପୁଟରୁ ୩୯, ମାଲକାନଗିରିରୁ ୫୩, ମୟୁରଭଂଜରୁ ୧୧୦, ନବରଙ୍ଗପୁରରୁ ୩୯, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୬୯, ପୁରୀରୁ ୭୧, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୫୬, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୧୫୦, ଷ୍ଟେଟ୍‌ ପୁଲ୍‌ ୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

1 × 4 =