ଆଇନଜ୍ଞ ପ୍ରଦୀପ ହୋତାଙ୍କ ପରଲୋକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବରିଷ୍ଠ ଆଇନଜ୍ଞ ପ୍ରଦୀପ ହୋତାଙ୍କ ୬୧ ବର୍ଷ ବୟସରେ କରୋନାରେ ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସୋନପୁର ଗଡଭିତର ନିବାସୀ ବରିଷ୍ଠ ଆଇନଜ୍ଞ ଶ୍ରୀଯୁକ୍ତ ହୋତାଙ୍କ କାଲି ପରଲୋକ ହୋଇଛି । ସୂଚନା ଅନୁଯାୟୀ ଗତ ମାସ ୨୪ ତାରିଖ ଦିନ ସ୍ବର୍ଗତ ଶ୍ରୀଯୁକ୍ତ ହୋତାଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗତ ମାସ ୨୯ ତାରିଖ ଦିନ ପ୍ରଥମେ ତାଙ୍କୁ ସୋନପୁର କୋଭିଡ୍ ହାସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ସେଇ ଦିନ ଅପରାହ୍ନରେ ଭୂବନେଶ୍ବର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । କୋଭିଡ୍ ନିୟାମାନୁସାରେ ଭୂବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାଯାଇଛି । ସ୍ବର୍ଗତ ଶ୍ରୀ ହୋତାଙ୍କ ପତ୍ନୀ ରାଜେଶ୍ବରୀ, ଦୁଇ ପୁଅ ପ୍ରତୁଲ ଓ ପ୍ରବୀର ଅଛନ୍ତି ।ସ୍ବର୍ଗତ ହୋତା ସୋନପୁରର ଜଣେ ବରିଷ୍ଠ ଆଇନଜ୍ଞ ଦୀର୍ଘ ଦିନ ଧରି ସୋନପୁର ବାଲ୍ ଗଙ୍ଗାଧର ତିଲକ ଆଇନ ମହାବିଦ୍ୟାଳୟର ସମ୍ପାଦକ ଥିଲେ । ଅତିରିକ୍ତ ସରକାରୀ ପ୍ଲିଡର ଭାବେ କାର୍ୟ୍ୟରତ ଥିଲେ । ସେ ଜଣେ ଖୁବ୍ ପରୋପକାରୀ, ମେଳାପୀ ଲୋକ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ । ସେ ଜଣେ ଭଲ କ୍ରିକେଟ ଖେଳାଳି ମଧ୍ୟ ଥିଲେ। ତାଙ୍କ ପରଲୋକରେ ସୁବର୍ଣ୍ଣପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.