pakka

ଅଦ୍‌ଭୂତ ଘଟଣା : ଏକ ମୁମୁର୍ଷୁ ନକ୍ଷତ୍ରକୁ କେମିତି ଟାଣିନେଲା ବ୍ଲାକ୍‌ ହୋଲ୍‌, ଟେଲିସ୍କୋପ୍‌ରେ କଏଦ୍‌

ଲଣ୍ଡନ୍‌ : ଧରିତ୍ରୀରୁ ଅନ୍ତରୀକ୍ଷ ଯାଏଁ ସବୁଠି ଅଦ୍‌ଭୂତ ଘଟଣାମାନ ଘଟି ଚାଲିଥାଏ । ଏମିତି ଏକ ଘଟଣାକୁ ଟେଲିସ୍କୋପ୍‌ ଦେଖି ପାରିଛି । ଏକ ମୁମୁର୍ଷୁ ନକ୍ଷତ୍ରରୁ ବାହାରୁଥିବା ଆଲୁଅ ଦେଖିଛି ଟେଲିସ୍କୋପ୍‌ । ନକ୍ଷତ୍ରଟି ବ୍ଲାକ୍‌ ହୋଲ୍‌ରେ ପଶି ଯାଉଥିଲା । ଏହି ଘଟଣା ଧରିତ୍ରୀଠାରୁ ୨୧.୫ ଆଲୋକବର୍ଷ ଦୂରରେ ଘଟିଥିଲା, ଯାହାକୁ ଟାଇଡାଲ୍‌ ଡିସ୍‌ରପ୍‌ସନ୍‌ ଇଭେଣ୍ଟ କୁହାଯାଉଛି । ଏଥିରେ ନକ୍ଷତ୍ର ବ୍ଲାକ୍‌ ହୋଲ୍‌ର ଗୁରୁତ୍ୱାକର୍ଷଣ ଦ୍ୱାରା ଟାଣି ହୋଇଯାଏ । ନୂଆ ଷ୍ଟଡ଼ିର ଲିଡ୍‌ ଗବେଷକ ମେଟ୍‌ ନିକୋଲ କହିଛନ୍ତି ଯେ, ବ୍ଲାକ୍‌ ହୋଲ୍‌ କୌଣସି ନକ୍ଷତ୍ରକୁ ଗିଳିଦେବା ସାଇନ୍ସ ଫିକ୍ସନ୍‌ ଭଳି ଲାଗେ, କିନ୍ତୁ ଅସଲ୍‌ରେ ଏକ ଟିଡିଇ.ରେ ଏମିତି ହିଁ ହୁଏ ।

Leave A Reply

Your email address will not be published.

2 + 9 =