pakka

ସମ୍ବଲପୁର ଜିଲ୍ଲାର ଧର୍ମାନୁଷ୍ଠାନଗୁଡିକ ଆହୁରି ଦୁଇ ମାସ ବନ୍ଦ ରହିବ

bbehera

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ମନ୍ଦିର ମସଜିଦ, ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନ ଗୁଡିକ ଆହୁରି ଦୁଇ ମାସ ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୂତ ବୈଠକରେ ବିଭିନ୍ନ ପୂଜକମାନଙ୍କ ସହ ପୃଥକ ପୃଥକ ଆଲୋଚନା ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି । ନବରାତ୍ର ପୂଜା ବେଳେ ବିଭିନ୍ନ ଶକ୍ତପୀଠରେ ପୂଜକଙ୍କ ମାଧ୍ୟମରେ ନିଜ ନାମ ଗୋତ୍ର ଦେଇ ଦୀପ ପ୍ରଜ୍ୱଳନ କରାଯାଇ ପାରିବ ବୋଲି ସମଲେଶ୍ଵରୀ ମନ୍ଦିର ମୁଖ୍ୟ ପୂଜକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରୁ କରୋନା କଟକଣା ଯୋଗୁଁ ଏସବୁ ବନ୍ଦ ରହିଛି । ଏହି ବୈଠକରେ ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ, ଡେପୁଟି କଲେକ୍ଟର ବିନୋଦ ଦାସ ତଥା ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

4 × one =