pakka

୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ କୋଭିଡ୍‌-୧୯ ଟୀକା : ସରକାର

bbehera

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି କରୋନା ଭାଇରସ୍‌ ଟୀକାକୁ ନେଇ ଏକ ଉତ୍ସାହଜନକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୨୦୨୧ ଆରମ୍ଭ ବେଳକୁ ଭାରତକୁ ମିଳିପାରେ କରୋନା ବିରୋଧୀ ଟୀକା । ଦେଶରେ ଟୀକା ବିତରଣ କରିବାକୁ ନେଇ ବିଶେଷଜ୍ଞମାନେ ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଆଶା କରାଯାଉଛି ଯେ ଆସନ୍ତା ବର୍ଷ ଆରମ୍ଭରେ ଦେଶକୁ ଏକରୁ ଅଧିକ ଉତ୍ସରୁ ଟୀକା ମିଳିପାରେ । ଦେଶରେ ଟୀକା ବଣ୍ଟନକୁ କିପରି ଭାବେ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରାଯାଇ ପାରିବ, ସେନେଇ ଯୋଜନା କରିବାକୁ ବିଶେଷଜ୍ଞ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ମନ୍ତ୍ରୀମାନଙ୍କର ଏକ ବୈଠକରେ ହର୍ଷବର୍ଦ୍ଧନ ମତ ରଖିଛନ୍ତି ।

jay balangir
Leave A Reply

Your email address will not be published.

15 − 11 =