ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୧୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୩୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୪, ବୌଦ୍ଧରୁ ୭୭, କଟକରୁ ୫୮୬, ଦେବଗଡ଼ାରୁ ୧୨, ଢେଙ୍କାନାଳରୁ ୫୪, ଗଜପତିରୁ ୨, ଗଂଜାମରୁ ୩୫, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୧୮୭, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୭୪, କେନ୍ଦ୍ରାପଡ଼ାରୁ ୧୨୬, କେଉଁଝରରୁ ୩୩, ଖୋର୍ଦ୍ଧାରୁ ୭୧୨, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଂଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୫୮, ପୁରୀରୁ ୨୬୫, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୧୩, ସୋନପୁରରୁ ୯୦, ସୁନ୍ଦରଗଡ଼ରୁ ୨୦୧, ଷ୍ଟେଟ୍‌ ପୁଲ୍‌ ୨୪୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୮୮୩୧୧ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୯୩୭୯ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.