ଦେଶରେ ୫୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ : ୭୫୦୮୩ ନୂଆ ପଜିଟିଭ୍‌, ୧୦୫୩ ମୃତ

ନୂଆଦିଲ୍ଲ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷରୁ ଅଧିକ ହୋଇଥିବା ବେଳେ ଗତ ୨୪ ଘଂଟାରେ ୭୫୦୮୩ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଗତ ୨୪ ଘଂଟାରେ ୧୦୫୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୮୯୩୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇ ସାରିଛନ୍ତି । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ଏବେ ଦ୍ୱିତୀୟ ଅଧିକ ପ୍ରଭାବିତ ଦେଶ । ଏହା ବି ସତ ଯେ, କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ସୁସ୍ଥତା ସଂଖ୍ୟା ୮୦%ରୁ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ।

Leave A Reply

Your email address will not be published.