ଚାଷୀ କାନ୍ଦୁଛି, ଆଜି ରାଜରାସ୍ତାରେ : ରାସ୍ତା ଅବରୋଧ କଲେ କୃଷକ ସଙ୍ଗଠନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି । ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀ ମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ଚଞ୍ଚକତା କରୁଛି ।

ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ସହ ଏକ ଆଲୋଚନା ପୂର୍ବରୁ ହୋଇଥିବା ବେଳେ ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା । ହେଲେ ଏ ଯାଏ ଚାଷୀଙ୍କୁ ଗତ ୨୦୧୯-୨୦ ବର୍ଷ ର ଖରିପ ଫସଲ ବୀମା ରାଶି ମିଳିପାରି ନାହିଁ ।

ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ଚାଷୀମାନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟକୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀମାନେ ରାସ୍ତା ରୋକ କରିଛନ୍ତି । ଫଳରେ ପଦ୍ମପୁର-ଜଗଦଲପୁର-ଛତିଶଗଡ଼ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି ଚାଷୀ । ଚାଷୀ ନେତା ରମେଶ ମହାପାତ୍ର, ଦହିତ ସାହୁ, ରୋହିତ ପଧାନ, କୈଳାଶ ବାରିକ, ବିଶ୍ୱନାଥ ରଣା, ମୁକ୍ତେଶ୍ଵର ପଟେଲ ପ୍ରମୁଖ ଆନ୍ଦୋଳନର ମଙ୍ଗ ଧରିଥିବା ବେଳେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ କୋଭିଡ଼ ନିୟମ ଅନୁଯାୟୀ ଆନ୍ଦୋଳନରେ ବସିଛନ୍ତି ।

Leave A Reply

Your email address will not be published.