ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୧୩ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ଯେମିତି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ସେପରି ରାଜ୍ୟରେ ମଧ୍ୟ ବଢ଼ି ବଢ଼ି ଚାଲିଛନ୍ତି ସଂକ୍ରମିତ । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୬୫ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୩, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୪୬, ଭଦ୍ରକରୁ ୧୨୩, ବଲାଙ୍ଗିରରୁ ୧୪୨, ବୌଦ୍ଧରୁ ୬୧, କଟକରୁ ୩୮୨, ଦେବଗଡ଼ାରୁ ୧୫, ଢେଙ୍କାନାଳରୁ ୭୪, ଗଜପତିରୁ ୧୬, ଗଂଜାମରୁ ୮୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୧୬୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୫୬, କେଉଁଝରରୁ ୭୬, ଖୋର୍ଦ୍ଧାରୁ ୫୫୬, କୋରାପୁଟରୁ ୧୦୦, ମାଲକାନଗିରିରୁ ୬୮, ମୟୁରଭଂଜରୁ ୧୪୭, ନବରଙ୍ଗପୁରରୁ ୧୧୨, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୨୮, ପୁରୀରୁ ୨୧୨, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୧୪୧, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୩୫, ଷ୍ଟେଟ୍‌ ପୁଲ୍‌ ୧୦୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୫୦୮୦୭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫୨୭୯ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.