ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ସାନଡଙ୍ଗର ଗାଁରେ ଏକ ବଡ ଆକାରର ବେଲୁନ୍ ଆକାଶ ମାର୍ଗରୁ ଖସିଛି । ଫଳରେ ଲୋକେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକମାନେ ବିଲ କାମ କରିବା ପାଇଁ ଯାଇଥିବା ବେଳେ ଆକାଶ ମାର୍ଗରୁ ବଡ଼ ଆକାରର ବେଲୁନ୍ ଖିସିଥିବା ଦେଖିଥିଲେ । ଏବଂ ଭୟଭୀତ ହୋଇ ପଡ଼ିଥିଲେ । ବେଲୁନ୍ ଟି ଜମିର ମାଲିକ ଶିଶୁ ଭୋଇଙ୍କ ଧାନ କିଆରୀରେ ପଡିଥିଲା । ତେବେ ଲୋକେ ତୁଷୁରା ପୁଲିସକୁ ଫୋନ୍ କରି ଜଣେଇଥିଲେ । ତେବେ ଘଟଣା ସ୍ଥଳରେ ଆଇଆଇସି ଯଶୋବନ୍ତ ପଧାନୀ ଆସି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ବେଲୁନ୍ରେ ଥିବା ଏକ ସାର୍କିଟ ଜବତ କରି ଥିବାବେଳେ ଏଥିରେ ଲାଗିଥିବା ବ୍ୟାଟେରୀ ଘଟଣାସ୍ଥଳରୁ କେହି ନେଇ ଯାଇଥିବା ଜଣାଯାଇଛି । ତେବେ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଏହାକୁ ଉଡା ଯାଇଥିବା ସନ୍ଧେହ କରାଯାଉଛି । ତେବେ ବେଲୁନ୍ ଖସିଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ମଧ୍ୟ କରୁଛି ।