ଚାଷ କାମ କରୁଛନ୍ତି ବିଧାୟକ ଡ.ମୁକେଶ ମହାଲିଙ୍ଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର କିନ୍ତୁ କୌଣସି ରାଜନିତିର ସଭାସମିତି ପାଇଁ ନୁହେଁ, ଚାଷ କାମ ପାଇଁ ବିଧାୟକଙ୍କ ନିଜ ଗ୍ରାମ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ)ରେ ଚଳିତ ବର୍ଷ ତାଙ୍କର ଜମିରେ ଜୈବିକ ପ୍ରଣାଳୀରେ ଧାନ ଚାଷ କରିଛନ୍ତି । ସବୁଜିମାରେ ତାଙ୍କର ଜମିରେ ଥିବା ଧାନଗଛ ଗୁଡିକ ହସିଉଠୁଛି । ସେ ରାଜନୀତିରେ ଥାଇ ସୁଦ୍ଧା ଜୀବନରେ ଚାଷ କାମକୁ କେବେ ବି ଭୁଲିନାହାନ୍ତି ବିଧାୟକ । ନିଜ ବିଲରେ ବୁଲିବା, ସ୍ୱତଃ ଚାଷକାମ ସବୁ ବୁଝିବା ସହିତ ଅଞ୍ଚଳର ଚାଷୀମାନଙ୍କ ସହିତ ଆଲୋଚନା କରୁଛନ୍ତି । ବିଧାୟକଙ୍କ ଏପରି କାମକୁ ଗ୍ରାମବାସୀ ତଥା ଅଞ୍ଚଳର ଜନ ସାଧାରଣ ପ୍ରଶଂସାରେ ପୋତି ପକାଉଛନ୍ତି । ଚାଷ କାମ କଲେ ଆତ୍ମସନ୍ତୋଷ ମିଳେ ବୋଲି ବିଧାୟକ ଡ.ମହାଲିଙ୍ଗ ଖୁସି ପ୍ରକଟ କରିଛନ୍ତି ଓ ଚାଷୀଭାଇମାନଙ୍କୁ ଚାଷ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.