pr

ଗଛରେ ପିଟି ହୋଇ ସ୍କୁଟି ଆରୋହୀ ମୃତ, ଶବ ରଖି ମାଲିକଙ୍କ ଘର ଆଗରେ ଧାରଣା : ଘର ମାଲିକ ଫେରାର

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବୁଢ଼ାରଜା ହାଇସ୍କୁଲ ପାଖରେ ଗତକାଲି ରାସ୍ତାକଡର ଏକ ଗଛରେ ସ୍କୁଟି ପିଟି ହେବାରୁ ଏହାର ଆରୋହୀ କୁମ୍ଭାରଗାଁ ର ସାନ ରଣା(୨୮)ଙ୍କ ମୃତ୍ୟୁ ହୋଇଛି । ଫଳରେ ଗତକାଲି ରାତିରୁ ମାଲିକଙ୍କ ଘର ସମ୍ମୁଖରେ ପରିବାର ଲୋକେ ଧାରଣା ଦେଇଛନ୍ତି । କିନ୍ତୁ ଘର ମାଲିକ ଫେରାର ମାରିଥିବା ବେଳେ ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ଗତକାଲି ସାନ ରଣାଙ୍କୁ ସେହି ଗ୍ରାମର ଦୋଳଗୋବିନ୍ଦ ନାୟକ ତାଙ୍କ ସ୍କୁଟି ସଜାଡ଼ିବା ପାଇଁ ଗେରେଜ ଯିବାକୁ ଡାକି ନେଇଥିଲେ । ତେବେ ଗେରେଜରେ କାମ ସାରିବା ପରେ ସାନଙ୍କୁ ସ୍କୁଟି ଘରେ ରଖି ଦେବା ପାଇଁ କହିଥିଲେ ଗୋବିନ୍ଦ। ସାନ ଠିକ ଭାବେ ଗାଡି ଚଳାଇ ଜାଣୁ ନ ଥିବାରୁ ବୁଢ଼ାରଜା ହାଇସ୍କୁଲ ପାଖରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଇଥିଲେ । ତେବେ ଘଟଣା ସ୍ଥଲରେ ଥିବା କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ଗତକାଲି ରାତିରୁ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇ ନଥିବା ବେଳେ ମାଲିକଙ୍କ ଘର ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି। ତେବେ ଖବର ପାଇବା ପରେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ, ପୁଲିସ ଏଏସଆଇ ଦୁର୍ବାଦଳ ମେହେର ପହଞ୍ଚି ବୁଝାସୁଝା କରିଥିଲେ, ହେଲେ ସମାଧାନ ହୋଇପାରି ନାହିଁ। ତେବେ କ୍ଷତି ପୁରଣ ଦାବୀରେ ଜିଦ୍‌ ଧରି ଶବକୁ ଘର ଆଗରେ ବର୍ତ୍ତମାନ ପର୍ୟ୍ୟନ୍ତ ରଖି ଧାରଣା ଦେଇଛନ୍ତି।

nrusinghnath
Leave A Reply

Your email address will not be published.